ଇଚ୍ଛା ଥିଲା ସାଥି କବିତା ଲେଖିବି
ତୁମକୁ ନାୟକ କରି ,
ସବୁ ସ୍ୱପ୍ନ ମୋର ଅଧାରେ ରହିଲା
ମରିଲି ମୁଁ ଝୁରି ଝୁରି ।
ତୁମେ ଚାଲିଗଲ ତୁମ ବାଟେ ସାଥି
ମୁଁ ହୋଇଗଲି ଏକା ,
କଥାଦେଇଥିଲ ଫଗୁଣେ ଫେରିବ
ଦେଇଗଲ ମୋତେ ଧୋକା ।
କେଉଁ ପାପର ଦୋଷୀ କରି ମୋତେ
ଅଧା ବାଟେ ଛାଡ଼ିଦେଲ ,
ଅଧାଗଢା ସେହି ବାଲିଘରଟାକୁ
ନିଜ ହାତେ ଭାଂଗିଦେଲ ।
ହସି ମୁଁ ପାରୁଛି ନା କାନ୍ଦି ମୁଁ ପରୁଛି
ପଥର ପଡିଲେ ସହି ,
ତୁମ ବିନା ସାଥି କେମିତି ବଂଚିବି
ଥରେ ଆସି ଦିଅ କହି ।
