ଆଗାମୀ ଆଶା - ସସ୍ମିତା ସାହୁ

0
ଆଲୋକର ଆଦ୍ରସ୍ୱର ଶୁଭେ
ଆତ୍ମହତ୍ୟା କରୁଥିବା ସଜଳ ମନରେ
ଆତ୍ମୀୟତାର ଆଭାସ ମଳିନ ଦିଶେ
ଆଜିର ଆୟୁସ୍କାଳରେ
ଆଲୋକ ରାସ୍ତାରେ ଆଜି
ଆଗ୍ନେୟଗିରିର ଆରକ୍ତ ବିସ୍ଫୋରଣ
ଆଶାର ଆଶ୍ୱାସନାରେ ଅଗ୍ନିଦହନ
ଆଖିର ଆକାଶେ ଅନ୍ଧାର ମେଞ୍ଚାଏ
ଆଖିରୁ ଖସେ ଲୁହ ପାଦଯାଏଁ
ଆସ୍ତରଣ ପଡ଼ିଯାଏ ଆପଣାଛାଏଁ
ଆପିଡେଭିଟ୍ କରୁଥିବା
ଆୟୁଷର ଅସୁସ୍ଥ ମୁଁହରେ
ଆଜି ତୁମ ନୀରବତା
ଆକ୍ତାମାତା କରିଦେବ ତୁମ କାଲି
ଆଗାମୀ ଅଭିଯାନ ପାଇଁ ଏବେଠୁ
ଆଗେଇ ଆସ
ଆଡେଇ ଦେଇ ହିଂସା
ଆପଣେଇ ନିଅ
ଆହତ ଆତ୍ମାକୁ
ଆମର ହିଁ ହେବ ସମୟ
ଆମର!!!


ସସ୍ମିତା ସାହୁ

Post a Comment

0Comments
Post a Comment (0)