ହୃଦୟର ପ୍ରଶ୍ନବାଚୀ - ଦେବବ୍ରତ ଜେନା

0
କିଏ ତୁମେ
କି ସମ୍ପର୍କ ମୋ ସହ
ବେଳେ ବେଳେ ଏଇ ପ୍ରଶ୍ନ କରେ ମୁ ନିଜ ବିବେକକୁ
ଉତ୍ତରକୁ ଖୋଜେ
କିନ୍ତୁ ଉତ୍ତର ନୁହେଁ ମୋ ମନ ବାର ବାର ମୋତେ କୁହେ
ତୁମେ ମୋର ଆଉ ମୁଁ ତୁମର
ଫୁଲରେ ,ଫଗୁଣରେ .....
ବୈଶାଖରେ ,ବସନ୍ତରେ....
ମଳୟରେ ,କାକରରେ.....
କେବେ ଗୋଲାପରେ
କେବେ ନିଦାଘ କୃଷ୍ଣଚୁଡାରେ
କେବେ ବିଭାବରୀ ଶେଫାଳିରେ
କେବେ ଜହ୍ନଛୁଆଁ କଇଁରେ
କେବେ ଅରୁଣିମା ରାଜୀବରେ
ଖୋଜି ଚାଲେ .....କିନ୍ତୁ
ବଉଦ ଉହାଡେ କାହିଁକି ଯେ ତୁମେ ଲୁଚକାଳି ଖେଳ ବୁଝି ପାରେନି


ଭୋଗରାଇ, ବାଲେଶ୍ୱର

Post a Comment

0Comments
Post a Comment (0)