ଅନୁଭଵ - ଦେବବ୍ରତ ଜେନା

0
ମନ କେବେ କେବେ ହୃଦୟର ଗୋଲାମ
ତୁମ ଅବର୍ତ୍ତମାନରେ ଅନୁସନ୍ଧାନ କରେ
ତୁମ ପ୍ରତିଛବି ଆଂକେ
ହୃଦୟର ଶିଳାରେ ତୁମ ନାମ ଖୋଦେଇ କରେ
ବେଶ୍ ଭିତ୍ତିଯୁକ୍ତ ସେ ଅନୁଭବମାନେ...
କେବେ କେବେ ମୋ ଅଜ୍ଞାନତାର ଚପଳତାରେ ଛନ୍ଦି ଯାଅ
ଅଣନିଶ୍ୱାସୀ ଅବିଶ୍ୱାସରେ ବୀଜ ଅଙ୍କୁରିତ ହୁଏ ତୁମ ମନରେ
ଅଭିମାନର ରେଣୁ ବୁଣି ଅଧିକାରକୁ ଜାହିର କର
କେବେ ପଶ୍ଚାତାପର କୋପାନଳରେ
କେବେ ପୁଣି ନିରୀହ ଅପରାଧିନୀ ଭୂମିକାରେ
ମାତ୍ର କେଇଟା ମୂହୁର୍ତ୍ତ ପାଇଁ
ବାସ୍ .... ତା ପରେ....
ଶୀତଳ ଚନ୍ଦନ ସମ ପ୍ରଲେପ ହୋଇ
ଲେସି ଯାଅ ମୋ ଠାରେ
ଏହା ହିଁ ତ ସମ୍ପର୍କର ସ୍ୱତନ୍ତ୍ର ଅନୁରାଗ
ମିଠା ମିଠା ଅଭିମାନ ଆଉ
ରାଗ ରୋଷ ବୋଳା ଅନୁଭୂତି


ଦେବବ୍ରତ ଜେନା, ଭୋଗରାଇ ,ବାଲେଶ୍ୱର

Post a Comment

0Comments
Post a Comment (0)