ବୟଷ ବଢିବା ସହିତ,
ଅIମେ ବି ଧିରେ ଧିରେ,
ଏକାନ୍ତ ବାସରେ ଚାଲି ଯାଉଛୁ I
ସାଂଗ ନାହିଁ, ସାଥୀ ନାହିଁ,
ପିଲା ଛୁଆ ମାନେ ନାହାନ୍ତି,
ପାଖ ପଡୋଶୀ ମାନେ,
କେବେ ଖୋଜି ଲୋଡନ୍ତି ନାହିଁ I
ଧିରେ ଧିରେ ନିଜେ ହିଁ,
ନିଜର ସାଥୀ ହୋଇ ଚାଲିଛୁ I
ଧିରେ ଧିରେ ଏକାନ୍ତ -
ବାସରେ ଆସି ଗଲୁଣି I
କିଛି ଦିନ ପରେ ସବୁ,
ନିଶ୍ଚୁପ ହୋଇ ଯିବ I
ବଡ଼ ବଡ଼ ପ୍ରାଚୀନ ମନ୍ଦିର,
କଳାର ଗନ୍ତାଘରମାନ,
ଯେଉଁ ଗୁଡିକରେ ଦିନେ,
ଖାଲି ଲୋକ ହିଁ ଲୋକ,
ଦେଖିବାକୁ ମିଳୁଥିଲେ,
ଆଜି ସେଥିରୁ ଅନେକ,
ଏକାନ୍ତ ବାସରେ,
ନିଶ୍ଚୁପ ପଡି ରହିଛନ୍ତି,
ଭଗ୍ନ ଅବସ୍ଥାରେ,
କିଏ ତାର ରଖିଛି ଖବର?
ସମସ୍ତେ ଦିନେ ଏକାନ୍ତ -
ବାସରେ ଯିବେ,
ଏହାହିଁ ଚିରନ୍ତନ ସତ୍ୟ I
ଯେଉଁଠି ଦିନେ ଲୋକ ଗହଳିରେ,
ଫାଟି ପଡୁ ଥିଲା,
ସେଠି ଏବେ ଲୋକ ନାହାନ୍ତି,
ଖାଲି ଏକାନ୍ତ I
ଭି - ଆଇ - ଏମ - ୨୬୮, ଶୈଳଶ୍ରୀ ବିହାର, ଭୂବନେଶ୍ୱର
ଏକାନ୍ତ - ରମାକାନ୍ତ ମିଶ୍ର
August 23, 2018
0
