ଭାବୁଛେ ସ୍ବାଧୀନ ଆମେ - ଜିତେନ୍ଦ୍ର ସାହୁ

0
ଦେଶ ସିନା ଆମ ହେଇଛି ସ୍ବାଧୀନ
ଭାବୁଛେ ସ୍ବାଧୀନ ଆମେ,
କାନ୍ଦୁଛି ଧରଣୀ ପାରୁନେ ଯେ ଜାଣି
ଆମ ହିଂସାତ୍ମକ କାମେ,,।।
ଉଡଇ ତ୍ରିରଙ୍ଗା ବହେ ସିନା ଗଙ୍ଗା
ବୁଝେନି ଜନନୀ ମନ,
ଅହଂକାରୀ ଗର୍ବୀ ଦେଖି ପାପି ଲୋଭି
ଲାଗେ ତାକୁ ପରାଧିନ,,।।
ବଦଳାଅ ସର୍ବେ ଦେଶପାଇଁ ଗର୍ବେ
ଅନ୍ତର ମନୋ ଭାବନା,
ହିଂସା ସ୍ବାର୍ଥ ଜାଳି ଜାତି ଧର୍ମ ଭୁଲି
ରଖନି ଘୃଣ୍ୟ ଧାରଣା,,।।
ଖରାପ ନଜର ନପଡୁ କାହାର
ମାତୃଶକ୍ତୀ ନାରୀ ପରେ,
ମାଅ କି ଭଗିନୀ ଅବା ଅର୍ଦ୍ଧାଗିନୀ
ସେ କାହାର ହେଇପାରେ,,।।
ନାରୀଟିଏ ପଥେ ଗଲେ ଭୟ ମୁକ୍ତେ
କମିବ ଧରଣୀ ଜ୍ବାଳା,
ନାରୀ ସମ୍ନାନରେ ଜନନୀ ସତରେ
ପିନ୍ଧିବ ସ୍ବାଧୀନ ମାଳା,,।।


ଜିତେନ୍ଦ୍ର ସାହୁ, ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)