ନିଜ ଠାରୁ ନିଜେ ସଦା
ବେଶୀ କିଛି ପାଇବାକୁ
ଚେଷ୍ଟା କରିବା ସର୍ବଦା
ନିଜେ ହିଁ କେବଳ ନିଜର
ନିଜ ଛାଡ ଆଉ ସବୁ ପର
ଯାହା କିଛି ପାଇବାକୁ ଆଶା
ନିଜ ଠାରୁ କରି ଥାଅ ଭରସା
ଅନ୍ୟ ଠାରେ ରଖିଲେ ଆଶା
ପାଇବ କେବଳ ପ୍ରତ୍ୟାଶା
ପାଇବ ମାନସିକ ଆଘାତ
ଯନ୍ତ୍ରଣାରେ ହେବ ଜର୍ଜରିତ
ନିଜଠାରୁ କରିଲେ ଅଧିକ ଆଶା
ପ୍ରେରଣା ମିଳେ ବଢିଯାଏ ନିଶା
ଯାହାକୁ ପାଇବା ଥିଲା ଦୁର୍ଲଭ
ତାହା ହେବ ନିର୍ବିଘ୍ନରେ ସୁଲଭ
ପ୍ରତିଦିନ ଭଲ ନୁହେଁ ନିଶ୍ଚିତରେ
କିନ୍ତୁ ପ୍ରତିଦିନ ନିଶ୍ଚିତ ଭାବରେ
କିଛି ନା କିଛି ଭଲ କଥା ହୁଏ I
ରମାକାନ୍ତ ମିଶ୍ର
