ମହୁଝରା ସେଇ ପ୍ରବେଶ ପଥରେ
ପ୍ରେମ ତୋର ଜଉଘର
ସେଘରକୁ ଯାଇ ଜଳିଲା ପରେବି
ଯାଉଥାଏ ବାର ବାର ।
ଏଇ ଦେହମନ ଅଙ୍ଗାର ହେଲାଣି
ତଥାପି ଛାଡିନି ମୋହ
ପାଉଁସ ହେବାକୁ ଭାରି ଇଛା ମୋର
ଢାଳି ସବୁ ଲହୁ ଲୁହ ।
ଆପଣେଇ ନବୁ ଅବା ଦୂରେଇବୁ
ତୋ ହାତେ ସବୁ ବିଚାର
ମହୁଝରା ସେଇ ପ୍ରବେଶ ପଥରେ
ପ୍ରେମତୋର ଜଉଘର ।
ତୋ ବିନା ମନଟା ଏମିତି ଅବୁଝା
ସବୁ ଏଠି ଦିଶା ହିନ
ଜୀବନ ରାସ୍ତାରେ ପ୍ରତି ପାହୁଣ୍ଡରେ
ଦିଶେ ତୋର ପାଦ ଚିହ୍ନ ।
ତୋ ମିଠା ହସରେ ପ୍ରତାରଣା ଛିଟା
ଭାଙ୍ଗିଦିଏ ମନ ମୋର
ମହୁଝରା ସେଇ ପ୍ରବେଶ ପଥରେ
ପ୍ରେମ ତୋର ଜଉଘର - - - - - -
ସିଦ୍ଧେଶ୍ବର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
ମୋ- 8018646704
