ଅରୁକ୍ଷ କାବ୍ୟ ରୁ "ଜ୍ଞ"ଚମ୍ପୁ (୧ମ ଭାଗ) - ହେମନ୍ତ କୁମାର ବରାଇ

0
"ଜ୍ଞ" - ରାଗ - କାନଗଡଉଡା / ତାଳ- ତ୍ରିପଟା
ନାରୀ ଗରଭ ମଣ୍ଡନ
କରି ରହି ରେତ ଧନ
ସହସ୍ର ପରବତ ବଳ ଗୁପ୍ତେ ପ୍ରକାଶିଲା ରେ ॥୧ାା
ନିମଜ୍ଜନ କୁ ବହନ
ଏଣୁ କନ୍ୟୀଏ ତେଜିଣ
କୂଳ କୁ ଉଠି ତରତର ବସନ ପିନ୍ଧିଲା ରେ ॥୨॥
ନନ୍ଦିତ ବଦନ ମ୍ଳାନ
ସଙ୍ଗେ ବ୍ୟାକୁଳିତ ମନ
ଆଜ କିପାଇଁ ଏତନୁ ଭାରି ଭାର ଲାଗିଲା ରେ ॥୩॥
ନଗାଧିପ କି ଗରଭେ
ପ୍ରବେଶି ରହନ୍ତେ ଆମ୍ଭେ
ଗର୍ଭବାସ ପୀଡନ କୁ ବଳି କି ପ୍ରକାଶିଲା ରେ ॥୪ାା
ନୟାନ୍ତ ହୋଇ କନ୍ୟାଏ
ବୋଲନ୍ତି ବିଷମ ଭୟେ
ବିଭା ନୋହି କେମନ୍ତେ ଗରଭବାସ ଘୋଟିଲା ରେ ॥୫ାା
ନିଷ୍ପ୍ରଭ ମୁଖରେ ମୁଖ
ଆଦରଶ କରି ସୁଖ
ନୀରସ ରୂପକାନ୍ତି ନାଶି ବିଷର୍ଣ୍ଣ ଦିଶିଲା ରେ ॥୬ାା
ନିକେତ କୁ ଯେବେ ଯିବା
ପିତାମାତା ଙ୍କୁ କହିବା
କିସ ବିଶ୍ୱାସୀ ଯେ ବିଶ୍ୱାସ କରିବେ ସେ ଭଲାରେ ॥୭ାା
ନଟଘଟେ ଯେ ଘଟିତ
ହୋଇଛି ଭାବି ଦଣ୍ଡିତ
ହୋଇବା ଏବେ ଷଡକନ୍ୟା ମାନସେ ଘୋଟିଲା ରେ ॥୮ାା
ନିଗ୍ରହ କରିବେ ଜନେ
ଶୁଣିଣ ସକଳ କର୍ଣ୍ଣେ
ଉପହାସ କୁ ଆମ୍ଭ ନେତ୍ରାମ୍ବୁ ଦାରୁଣ ହେଲା ରେ ॥୯॥
ନିଦାରୁଣ କଷ୍ଟରାଜି
ଅଷ୍ଟାଙ୍ଗେ ଦର ବିରାଜି
କଲାରୁ ଷଡକ୍ରୁତ୍ତିକା ସୁତା ଠାଣି ଭାଙ୍ଗିଲା ରେ ॥୧୦॥
ନନ୍ଦିନୀ ଗଣ ନନ୍ଦିତ
ଗର୍ଭେ ହୁଅନ୍ତେ ଦମିତ
ବିକଳିତ ହୋଇ କନ୍ୟାଙ୍କ ଶୋକ ପ୍ରକାଶିଲା ରେ ॥୧୧ାା

Post a Comment

0Comments
Post a Comment (0)