ବର୍ଷା ଜଳ - ରାମାକାନ୍ତ ମିଶ୍ର

0
ବର୍ଷା ଜଳ ପଡିଲେ ପବିତ୍ର ହାତରେ
ପିଇ ପାରିବେ ଧରି ହାତ ଆଞ୍ଜୁଳିରେ
ବର୍ଷା ଜଳ ପଡେ ଅପବିତ୍ର ନାଳ ରେ
ତେବେ ଅକ୍ଷମ ତାହା ପାଦ ଧୋଇବାରେ
ବର୍ଷା ଜଳ ପଡିଲେ ଗରମ ବସ୍ତୁରେ
ସଂଗେ ସଂଗେ ଉଡ଼ିଯାଏ ବାସ୍ପ ରୂପରେ
ବର୍ଷା ଜଳ ଯଦି ପଡେ ପଦ୍ମ ଉପରେ
ଢଳ ଢଳ ହୁଏ ମୁକ୍ତା ପରି ପତ୍ର ରେ
ନିଦାଘ ଗ୍ରୀଷ୍ମ ପରେ ବର୍ଷା ଜଳରେ
ମନ ପୂରିଯାଏ ଅଫୁରନ୍ତ ଆନନ୍ଦରେ ।


ରମାକାନ୍ତ ମିଶ୍ର

Post a Comment

0Comments
Post a Comment (0)