ସରିବା ଆଗରୁ ଖେଳ ମୋର - ଘନଶ୍ୟାମ ସାହୁ

0
ସବୁ ତ ଦେଇଛ କି ମାଗିବି ପ୍ରଭୁ
ଆଉ କିଛି ଲୋଡ଼ା ନାହିଁ ମୋର
ଭାବି ନାହି କେବେ ଠାକୁର ଵୋଲି ହେ
ତୁମେ ମୋର ବନ୍ଧୁ ସହଚର ।।୦।
ହେତୁ ହେଲା ଦିନୁ ଅନୁଭବ କରେ
ଛାଇ ପରି ଅଛ ମୋ ସାଥିରେ
ଆସିଛି ଜୀବନେ ଝଡ଼ ଝଞ୍ଜା ଯେତେ
ତୁମ ନାମ ସ୍ମରି ପାରି କରେ ।
ମିଳିଯାଏ ମୋତେ ଶକତି ସାହସ
ସ୍ମରଣ ମାତ୍ରକେ ନାମ ତୁମର ।।୧।
ଖଞ୍ଜି ଦେଇ ଅଛ ଆବଶ୍ୟକ ମତେ
ଅଙ୍ଗ ପ୍ରତିଅଙ୍ଗ ଯେତେ ମୋର
ଜାତି ଜାତି ଫଳ ଖାଦ୍ୟ ଶସ୍ୟ ପୁଣି
ଯାହା ସବୁ ମୋତେ ଦରକାର
ମଥାରେ ଭରିଛ ବୁଦ୍ଧିର ଭଣ୍ଡାର
ଚଳାଇ ନେବାକୁମୋ ସ୦ସାର ।।୨।
ସାଥିରେ ମୋ ଅଛ କରି କରାଉଛ
ଏତିକି ସୁଦୟା ରହିଥାଉ
ପ୍ରାଣ ଥିବା ଯାଏ ସାଥେ ରହିଥିବ
ଭଲ କାମକରି ଦିନ ଯାଉ
ତୁମରି ନିର୍ଦ୍ଦେଶେ ଚାଲୁଛି ଚାଲିବି
ସରିବା ଆଗରୁ ଖେଳ ମୋର ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା- ଅନୁଗୋଳ
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ଼୍- ୭୫୯୧୨୭

Post a Comment

0Comments
Post a Comment (0)