ପ୍ରିୟା - ଦେବବ୍ରତ ଜେନା

0
କାହିଁକି କେଜାଣି ତୁମ ବିନା ମୁଁ ଯେ ଭାରି ବିଚଳିତ ହୁଏ
ପାଖେ ଥିଲେ ପ୍ରିୟା ତୁମ ମହକରେ ହୃଦେ ମକରନ୍ଦ ବହେ ।।
କି ଅଭିସନ୍ଧିରେ ପାଶୋରିଲ ପ୍ରିୟା ଏକଥା ତୁମକୁ ଜଣା
ତୁମ ନୀରବତା କେବେ କେବେ ମୋତେ କରିଦିଏ ବାଟବଣା ।।
ସପନର ରାଣୀ ଦେଲକି ମେଲାଣି ବସିଛି ପାଲିଙ୍କି ପାରି
କଳ୍ପନାର ଶୌଧ ,ସ୍ମୃତିର ମହଲ ସାଉଣ୍ଟୁଛି ନିତି ଝୁରି ।।
କେଉଁ ଅଭିମାନେ ଅପସରି ଗଲ ଆଘାତ ଲାଗୁଛି ମୋତେ
ତୁମ କଥା କେବେ ମନେ ପକାଇଲେ କେତେ ଝୁରି ହୁଏ ସତେ ।।

Post a Comment

0Comments
Post a Comment (0)