ସଞ୍ଜୟ କରିବା ଶିଖିବରେ ପିଲେ
ଟିକି ପିପିଳିକା ପାଶୁ,
ବର୍ଷା ଦିନ ପାଇଁ ସଞ୍ଚିଥାଏ ଖାଦ୍ୟ
ତପତ ନିଦାଘ ମାସୁ।
ଟିକି ଚଢ଼େଇ ଠୁ ଶିଖିବରେ ପିଲେ
କିପରି ଗଢ଼ନ୍ତି ଘର,
ଯେତେ ଭାଙ୍ଗୁଥାଏ ସେତେ ଗଢ଼ୁଥାଏ
ଜମାରୁ ନମାନି ହାର।
ମହୁମାଛି ଠାରୁ ଶିଖିବରେ ପିଲେ
ନିରଳସ ହେବା ଗୁଣ,
ଯେତେ ରଖିଥିଲେ ଫେଣାରେ ମହୁ ସେ
ସଂଗ୍ରହ କରି ପୁଣ।
କୁକୁର ପାଖରୁ ଶୋଇବା ଶିଖିବ
କୁଆ ପାଖରୁ ତ ସ୍ନାନ,
ଟିକି ଜିଆ ଠାରୁ କର୍ମ ଆଚରଣ
ବଗ ପାଖରୁ ଯେ ଧ୍ୟାନ।
ଯାହା ପାଖୁ ଯାହା ସୁକର୍ମ ମିଳଇ
ଶିଖରେ ପିଲେ ଶିଖ,
ସେହି ଶିକ୍ଷା ଟି'କୁ କରିଥିଲେ ଦୀକ୍ଷା
ପାଇବନି ଜମା ଦୁଃଖ।
କୁଶମେଲ, ଝାରସୁଗୁଡ଼ା
ଶିଖରେ ପିଲେ ଶିଖ - ରାଜେଶ ପୂଜାରୀ
July 21, 2018
0
