ମାଆ - ପ୍ରଣତୀ ମହାପାତ୍ର

0
ମାଆର ବର୍ଣ୍ଣନା ମାଆର କଳନା
ଆଜିଯାଏ କରି ପାରେନି କେହି,
ସ୍ନେହ ମମତାର ସିନ୍ଧୁ ଟିଏ ସିଏ
ଯାଚି ଢାଳିଦିଏ ସୁଖର ବାରି।
ଦୁଃଖର ଗରଳ ପିଇପିଇ ସାଜେ
ସନ୍ତାନର ପାଇଁ ସେ ନୀଳକଣ୍ଠ,
ଲହୁ ଦେଇ ସୃଷ୍ଟି କରିଥାଏ ଶିଶୁ
ଦୁଃଖ ପାନକରିଥାଏ ଆକଣ୍ଠ।
ନାରୀ ରୂପୀସିଏ ନାରାୟଣୀ ପରା
ପୁଣି ସ୍ନେହମୟୀ ଜନନୀ,
ବାତ୍ସଲ୍ୟ ମମତା ଅଜାଡି ଦିଅଇ
କିଛି ମୂଲ୍ୟ ନ ଘେନି।
ରାତିରାତି ପୁଣି ଉପାସ ଭୋକରେ
ମୁଖେ ଫୁଟୁଥାଏ ହସ,
ମୃତ୍ୟୁରାଜ ବି ଶଙ୍କିଯାଏ କ୍ଷଣେ
ଆସେନି ତାହାର ପାଶ।
ପିଲା ପାଇଁ ମାଆ ଦୁର୍ଗା ରୂପ ଧରେ
ପଣତ ଯା ନୀଳଚକ୍ରନେତ,
ଶଙ୍କଟୁ ଉଦ୍ଧାରେ ବିପଦ ହଟାଏ
ଅଳିସହି ସୁଖ ଯାଚିଣ ଦିଏ।
ତା ହାତରେ ସୃଷ୍ଟି ସିଏ ଆମ ସ୍ରଷ୍ଟା
ସଦା ତା ପାଦେ ଜୁହାର,
ତା ଅମୂଲ ଦାନ ସୁଝି କେ ପାରିବ
ହେ ମାଆ
ତୋତେ କୋଟିକୋଟି ନମସ୍କାର।
ମାଆ ଘେନ ପ୍ରଣାମ ମୋହର


ପ୍ରଣତି ମହାପାତ୍ର
ବାଲେଶ୍ୱର

Post a Comment

0Comments
Post a Comment (0)