ଫେରିଆସ ଗୋ ଶ୍ରାବଣୀ - ଜିତେନ୍ଦ୍ର ସାହୁ

0
ଶ୍ରାବଣୀ ଗୋ ତୁମେ ଶ୍ରାବଣ ସାଥିରେ
ଆସ ଆଉ ଥରେ ଫେରି,
ମନ ଆକାଶୁ ମୋ ବରଷିବ ନିତି
ଢାଳି ପ୍ରଣୟର ବାରି,,।।
ଭିଜୁଥିବି ସତେ ମିଶି ତୁମ ସାଥେ
ଛାଟୁଥିବ ତୁମେ ଛିଟା,
ଆଖିକୁ ଓଠକୁ ଚୁମି ଯାଉଥିବ
ଲାଗିବ ଯେ ଭାରି ମିଠା,,।।
କେତେ ଯେ ବରଷ ପାଇନି ପରଶ
ରହିଅଛ ଯାଇ ଦୂରେ,
ସେବେଠୁ ଭିଜିନି ବର୍ଷାକୁ ଖୋଜିନି
ରାଣ ତୁମେ ଗଲା ପରେ,,।।
ଶ୍ରାବଣ ସାଥିରେ ଆସିଛି ସତରେ
ଫୁଲେଇ ବରଷା ରାଣୀ,
ସେ ଛୁଇଁବା ଆଗୁ ତୁମ ଛିଟା ଲାଗୁ
ଫେରିଆସ ଗୋ ଶ୍ରାବଣୀ,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)