ଏକତା ହିଁ ବଳ - ସନ୍ତୋଷ କୁମାର ସାହୁ

0
ଏକତା ହିଁ ବଳ ଏକତା ସମ୍ବଳ
ସାଙ୍ଗ ହିନ ଜନ ଦୀନ,
ଏକତା ବଳ ରେ ସର୍ବ ସାଧିହୁଏ
ନିସଙ୍ଗତା ମୁଲ୍ୟହିନ ।।

ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ଜାତ ହୁଏ
ପ୍ଲାବିତ କରଇ ଧରା ,
ନିଷ୍ପ ଜନତା ଏକତା ବଳରେ
ବିପ୍ଲବ ରଚଇ ପରା ।।

କ୍ଷୁଦ୍ର ପିପିଲିକା ଚରାଚର ବିଶ୍ବେ
ତୁଚ୍ଛ ବିବେଚିତ ହୁଏ,
ଶତ ପିପିଲିକା ଏକତ୍ରିତ ହେଲେ
ଗଜ ମଧ୍ୟ ଭୟ ପାଏ ।।

ନିଜକୁ କେବେବି ଦୁର୍ବଳ ମନାସି
ଭାବିବନି କେବେ କ୍ଷୁଦ୍ର ,
ଅସାଧ୍ୟ ସାଧନ କରିବାକୁ ତୋର
ହୃଦୟରେ ଅଛି ରୁଦ୍ର ।।


ସନ୍ତୋଷ କୁମାର ସାହୁ
ଗ୍ରା/ପୋ- ତାଳପାଲି, ଜିଲ୍ଲା- ବରଗଡ଼,
ଭାୟା- ରାଜବୋରାସମ୍ବର, ଓଡ଼ିଶା - ୭୬୮୦୩୬

Post a Comment

0Comments
Post a Comment (0)