ପ୍ରେମ ହୁଏ ବେଶୀ ବେଶୀ - ନିରଞ୍ଜନ ପଣ୍ଡା

0
ଆସ ପ୍ରିୟତମା ଭାଙ୍ଗି ନିରବତା
ବୁଲିଯିବା ଏକାନ୍ତରେ
ପ୍ରେମ ବରଷାରେ ପ୍ରିତୀ ସାଉଁଟିବା
ମୌସୁମୀର ଝଲକରେ,
ଭିଜି ଯାଉଥିବା ଅନ୍ଧାର ରାତିରେ
ଝିପିଝିପି ବରଷାରେ
ବିଜୁଳି ଆଲୁଅ ଆଖି ମାରୁଥିବ
ଛନକା ପସିବ ଛାତିରେ,
ଶୀହରଣ ଦେବ ପ୍ରିତୀ ଚୁମ୍ବନଟା
ଗୋଲାପି ଓଠର ଦେଶେ
ମନ ମଧୁଶାଳେ ମଧୁ ବରଷିବ
ମଧୁମକ୍ଷୀ ହୋଇ ଶୋଷେ,
ରତିମଗ୍ନା ହୋଇ ପ୍ରିତୀ ପଖାଳିବା
ଗୋଲାପି ସେଜରେ ହଜି
କୁସୁମିତ ରାଗ ଭରିବ ଆବେଗ
ଲାଜର ଓଢ଼ଣା ସାଜି,
ରଜ ମତି କ୍ଷେତ୍ର ହେବ ପ୍ରଷ୍ପୁଟିତ
ସବୁଜିମା ବନରାଜି
ଆଲିଙ୍ଗନ ମାତ୍ରା ଉଷୃଙ୍ଖଳ ହେବ
ଦୁଷ୍ଟାମିର ପରିଣତି,
ନିମିଶିକେ ରାତ୍ର ପାହିବା ପାହିବା
ଭେଳିକି ଦେଖାଇବକି
ତୁମ ସାଥେ ଥିଲେ ରାତି ସରେନାହିଁ
ପ୍ରେମ ହୁଏ ବେଶୀ ବେଶୀ,, ||

Post a Comment

0Comments
Post a Comment (0)