ଦୂରତା - ପ୍ରକାଶ କୁମାର ଚାନ୍ଦ

0
ଦିନକୁ କରୁଛି ହଜାରେ ଵାହାନା
ଭୂଲିଯିବା ପାଇଁ ତତେ
ସୁଯୋଗ ଖୋଜୁଛି କହିବା ପାଇଁକି
ଭୂଲିଯା ଭୂଲିଯା ମତେ ।

ଆଜିଠାରୁ ଆମ ଦୂରତା ହୋଇବ
ଯେମିତିକା ଜହ୍ନ କଇଁ
ଆଗପରି ଆଉ ହୋଇପାରିଵନି
ସମ୍ପର୍କ ସାଗର ନଈ
ତୁ ଚାଲିଯାଆ ତୋର ଵାଟେ ସାଥୀ
ମୁଁ ଯାଉଛି ମୋର ବାଟେ ।।
ସୁଯୋଗ ଖୋଜୁଛି.....

ଆଉ କାହାକୁ ତୁ କରି ନେ ସାଥୀ
ମୋ ବାଟରେ ମୁଁ ଏକା
ଭଲ ପାଉ ବୋଲି କହିବୁନୁ କେବେ
ହୁଏ ଯଦି କେଵେ ଦେଖା
ଦେଖା ହୁଏ ଯଦି ମୁହଁ ଫେରେଇବୁ
ବୁଲି ଚାହିଁବୁନି ମତେ। ।।
ସୁଯୋଗ ଖୋଜୁଛି......


ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮/7008925954

Post a Comment

0Comments
Post a Comment (0)