ତୁହି ତ ସାରଥୀ ମୋ ଦେହରଥର - ଘନଶ୍ୟାମ ସାହୁ

0
ଏତେ ଦିନ ପରେ ଲାଗିଲା ତୋ ଡୋରି
ଯାଉଛି କାଳିଆ ତୋର ମନ୍ଦିର
ଭାବିଦେଲେ ଥରେ ତୋ ରୂପ ମାଧୁରୀ
ପୁଲକିତ ହୁଏ ଏ ସାରା ଶରୀର ।।୦।
ଘର ସଂସାର ମୋ ତୁଚ୍ଛ ଲାଗିଲାଣି
କେବେ ତୁଟିବ ଏ ମାୟା ଜଞ୍ଜାଳ
ପରିବାର ବୋଝ ହୋଇବ ହାଲୁକା
ମନ ନିବେଶିବି ପୟରେ ତୋର
ସୁଖରେ ଦୁଃଖରେ ହସରେ କାନ୍ଦରେ
ତୁହି ଏକା ସାହା ଭରସା ମୋର ।।୧।
ଦୁନିଆରେ ରହି କରିବି ମୋ କାମ
ଯାହା ତୁ ଦେଇଛୁ ସାରିବା ପାଇଁ
ସନ୍ତାନଙ୍କ ଅଳି ଅଝଟ ସମ୍ଭାଳି
ପରିବାର ସହ ଯାଏ ଆଗେଇ
ସଂସାର ପାଇଁ ବି ସମୟ ମୁଁ ଦିଏ
ସବୁ କିଛି କରେ ନିର୍ଦ୍ଦେଶେ ତୋର ।।୨।
କରୁଛି ବୋଲି ମୁଁ ଭାବିନାହି କେବେ
ଯେଉଁ ଦିନୁଁ ତୋତେ ଜାଣିଲି ମୁଁହି
ସବୁ କରାଉଛୁ ତୁହି ରେ କାଳିଆ
ପ୍ରେରଣା ଦେଉଛୁ ହୃଦରେ ଥାଇ
ଦେହ ମନ ପ୍ରାଣ ସମର୍ପି ଦେଇଛି
ତୁହି ତ ସାରଥୀ ମୋ ଦେହରଥର ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ- କିଶୋର ଗଞ୍ଜ, ଜିଲ୍ଲା- ଅନୁଗୋଳ,
ମୋବାଇଲ ନମ୍ବର- ୯୪୩୭୬୬୪୫୩୭
ପିନ୍ କୋଡ- ୭୫୯୧୨୭

Post a Comment

0Comments
Post a Comment (0)