ଏବେ ବର୍ଷା
ଆସିଛି ବୋଲିତ
ତମେ ଭିଜୁଛ
ଭିଜାଉଛ,
ଶୃଙ୍ଗାରରେ
ଭାବବିଭୋର
ଆଖିର ଚାହାଣୀ
ସୌରଭର ସୁରା ।
ସୌନ୍ଦର୍ଯ୍ୟ ତନୁପରେ କି
ପୀୟୂଷ ବିଶ୍ୱକର୍ମା ଢାଳିଛି
ନଶ୍ୱର ଦେହରେ ଯୌବନ
କୁସୁମ ଫୁଟିଛି ।
ପ୍ରେମ ପୀରତିର
ଅନନ୍ତ ଅକ୍ଷୟ ଧାରା
ପରମ ସତ୍ୟ ଶିବ
ପବିତ୍ରତାର
ଜୀବନ ବିତୁଛି ।
ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ମହନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୪୩୭୭୪୦୨୮୦
