ସକାଳ ସାଥିରେ ସୂରୁଯ ଥାଏରେ
ଜହ୍ନର ସାଥିରେ ଜୋସ୍ନା
ବାଟର ସାଥିରେ ଵାଟୋଇ ଭାଇରେ
ଫୁଲର ଦେହରେ ବାସ୍ନା ।।
ନଈର ସାଥିରେ ନଉକା ଥାଏରେ
ନଉକା ସାଥିରେ କାତ
କାତ ଧରିଥାଏ ନାଉରି ଭାଇଟି
ଶିଡି ସାଥେ ଥାଏ ଛାତ। ।।
ଵଉଦ ସାଥିରେ ବରଷା ଥାଏରେ
ଵରଷା ସାଥେ ବିଜୁଳି
ଚାବି ରହିଥାଏ ତାଲାର ସାଥିରେ
ତାଲାର ସାଥେ ଶିକୁଳି ।।
ଦରିଆ ସାଥିରେ ଢେଉ ରହିଥାଏ
ଢେଉ ସାଥେ ଥାଏ କୂଳ
ମାଟି ସାଥେ ଥାଏ ଗଛର ସମ୍ପର୍କ
ଗଛ ସାଥେ ଫୁଲ ଫଳ। ।।
ହସ ସାଥେ ସାଥେ ଲୁହ ରହିଥାଏ
ସୁଖ ସାଥେ ଦୁଃଖ ଥାଇ
ମନର ସାଥିରେ ମୁନ ରହିଅଛ
ନିଜ ସାଥେ ନିଜ ଛାଇ
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮
କିଏ କାହା ସାଥେ ଥାଏ - ପ୍ରକାଶ କୁମାର ଚାନ୍ଦ
July 22, 2018
0
