ମାଗିବିନି ପ୍ରେମ ମୂଲ - ସିଦ୍ଧେଶ୍ଵର ତ୍ରିପାଠୀ

0
ଭଲ ପାଉଥିଲି ଅତୀତେ ତୁମକୁ
ଏବେବି ପାଉଛି ଭଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ ।

ତୁମେ ମୋ ସାଥିରେ ଛଳନା କରିଲ
ବିଶ୍ୱାସରେ ଦେଲ ବିଷ
ଈଶ୍ୱରଙ୍କୁ କରେ ନିତି ନିବେଦନ
ତୁମ ଓଠେଫୁଟୁ ହସ ।


ଜହ୍ନ ଜୋଛନା ରେ ଭିଜେଇଇବ କହି
ଉଆଁସରେ ହଜେଇଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ - - - -

ହସିଉଠୁ ପ୍ରିୟା ତୁମରି ସଂସାର
ସ୍ୱାମୀ ସନ୍ତାନଙ୍କୁ ପାଇ
ମୋ ଜୀବନେ ଆସୁ ଦାରୁଣ ନିଦାଘ
ତୁମ ପାଇଁ ଥାଉ ଛାଇ ।


ମଲା ଯାଏଁ କିନ୍ତୁ ଭୁଲି ପାରିବିନି
ଯାହା ତୁମେ ଦେଇ ଗଲ
କେବେ ସାଜିବିନି ତୁମ ବାଟେ କଣ୍ଟା
ମାଗିବିନି ପ୍ରେମ ମୂଲ - - - -



ସିଦ୍ଧେଶ୍ବର ତ୍ରିପାଠୀ,
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା
ଦୂରଭାଷ: ୮୦୧୮୬୪୬୭୦୪

Post a Comment

0Comments
Post a Comment (0)