ସ୍ମୃତି - ସମିର କୁମାର ବେଉରା

0
ଆ ଆଜି
ଆଉଥରେ ତୋର ମୋର
ହାତ ଧରାଧରି ହୋଇ
ସ୍କୁଲ ଯିବା ,
ଆଉଥରେ ବର୍ଷାରେ ଭିଜିବା
ହୃଦୟର ସବୁ ଦୁଃଖକୁ
କାଗଜଡାଙ୍ଗ କରି ଭସାଇଦେବା |
ଆ ଆଜି
ଆଉଥରେ ବର୍ତ୍ତମାନଠୁ ଲୁଚିଲୁଚି
ଲୁଚକାଳି ଖେଳ ଖେଳିବା
ସାଙ୍ଗହୋଇ ତୋଳିବା କଣ୍ଟେଇ କୋଳି
ଖେଳିବା ରାଜା ଦୋଳି
ହଜେଇଦେବା ନିଜଠୁ ନିଜକୁ ,
ଆ ଆଜି
ତୋର ମୋର ଫେରିଯିବା ଆଉଥରେ
ଆମ ସୁନେଲି ଅତୀତକୁ |




ଚେନ୍ନାଇ, ତାମିଲନାଡୁ

Post a Comment

0Comments
Post a Comment (0)