ଅନ୍ତରାତ୍ମାର ସ୍ୱର - ରାଜେଶ କୁମାର ମୁଣ୍ଡ

0
ମଣିଷ ଯେ ମାନ ବିକେ, ନାହିଁ ଆଉ ଭଲ ଗତି
ସମୟର ପଣତରେ ନିତି ଲାଗେ କଳା ଦାଗ
ସବୁରାତି କାଳ ରାତି, କାମାଗ୍ନିର ମହାତାତି
ନାରୀ ହତ୍ୟା, ଭୃଣ ହତ୍ୟା, ଅତ୍ୟାଚାରୀ ଦାନବ ।।

ମଶାଣିରେ ଶୋଇଛନ୍ତି ପଲପଲ ମଲା ଲୋକ
ଅଗଣାର ଅଳନ୍ଧୁରେ ଜୀବନଟା ହୁଏ ଛନ୍ଦି
ହୃଦୟର ଡାଏରୀରେ ଫର୍ଦ୍ଦ ଫର୍ଦ୍ଦ ଜୀଅନ୍ତା ଶୋକ
କିଏ ଆସେ କିଏ ଯାଏ, ଆଉ କିଏ ହୁଏ ବନ୍ଦୀ ।।



ବିଦଗ୍ଧାକୁ ବନ୍ଦ କରି ଶୁନ୍ୟତାର କୋଠରୀରେ
ଝରକାର ମୁହଁମାନେ ଉଡୁଛନ୍ତି ମୂକ ହୋଇ
ଟିକି ଟିକି ଯଉବନ ଜଳେ ପଥ ଓ ପ୍ରାନ୍ତରେ
ଅବଳାର ଆନନେ ମୁଖାଗ୍ନିର ଜ୍ବଳନ୍ତା ଯୁଇ ।।

ବେଦନାର ବିଛଣାରେ ବିରୁଦ୍ଧାଭାଷର ଚିତ୍ର,
ବଳି ପଡ଼ିବେ ଏଠି, କେହିନୁହେଁ ଶତ୍ରୁ ଅବା ମିତ୍ର ।।






ଧର୍ମଗଡ଼ ସାହିତ୍ୟ ସଂସଦ, ଧର୍ମଗଡ଼, କଳାହାଣ୍ଡି

Post a Comment

0Comments
Post a Comment (0)