ସାଙ୍ଗ, ସହୀ ମେଳେ ଫୁଟି ସୁରଭିତ କରୁଛ
ତମାଳ ଲତାର ବିଥିକା କୁଞ୍ଜ
ମୋର ମନ ଉପବନ ବାଟିକା ।।
ଫୁଟିଛି ସରୋଜ, ଚନ୍ଦ୍ରମୁଖ ସତେ ରଙ୍ଗ କି ଉଦିତ ସୂରୁଯ
କାନ୍ତୀ ଝଟକେ ତଡିତ ଚମକ ଲୁଚାଇ
ମୋ ମନ ଆକାଶେ ବିଚରି ଯାଇଛ
ବୁଣି ସାତରଙ୍ଗ ରଙ୍ଗମୁରୁଜ ।।
ଲାଜେଇ ଲତିକା ଲୋଟେଇ ଯାଇଛ ରୁକ୍ଷ ଥୁଣ୍ଟା ରଞ୍ଜ। ପରେ
ତୁମରି ପରସେ ମନ ମୋହାଛନ୍ନ ଆବେଶେ
ତୁମ କୁସୁମିତ କୁସୁମ ବାଶ ରେ
ହସେ ଏ ପରାଣ ମନ ଉଲ୍ଲାସେ ।।
ଗୋଲାପୀ ଅଧର ସୁମଧୁର ସ୍ବର ବସନ୍ତ ବାୟସ ଗାୟନ
ସତେ ବାକ୍ୟ ଦେବୀ ବୀଣାର ଝଙ୍କାର
ଝଙ୍କାରିତ ହୋଇ ଆନମନା କରେ
ମୋର ଏ ହୃଦୟ ଉପବନ ।।
ସୁରପୁର ପରୀ ଅବା ଅପସରୀ ସରି ନହେବେ ତୋ ସମାନ
ମାର ଫୁଲଶର ହୋଇ ଯାଏ ସ୍ଥିର
ସେଇ ମୋ ମାନସୀ ସେଇ ମୋର ପ୍ରାଣ
ମୋ ଛାୟା,କାୟା ମୋର ଜୀବନ ।।
ମଙ୍ଗଳାଯୋଡି, ଖୋର୍ଦ୍ଧା
