ତୁମେ ଆଉ ମୁଁ - ପ୍ରକାଶ କୁମାର ଚାନ୍ଦ

0
ତୁମରି ଗାଆଁରେ ସକାଳ ଢାଳଇ
କଅଁଳିଆ ସୁନା ଖରା
ମୋଅରି ଗାଆଁରେ ମୁହଁ ଦିଶେ ନାହିଁ
ବାଟଯେ କୁହୁଡ଼ି ଘେରା ।

ତୁମେ ରାଜା ଘର କାଚର କଣ୍ଢେଇ
ଚଲା ଵାଟେ ଝରେ ଫୁଲ
ମୋ ଵାଟରେ ଖାଲି କଣ୍ଟା ଆଉ କଣ୍ଟା
ତା ସାଥେ ନିଆଁର ଝୁଲ ।
ତୁମ ନଈ ତୁଠ ବାରୁଣୀ ର ଘାଟ
ମୋ ତୁଠ ଶିଉଳି ଭରା
ତୁମରି ଗାଆଁରେ.....

ତୁମକୁ ଦେଖିବା ଆଖି ଵହୁ ଦୂର
ସପନେ ଦେଖିବା ମନା
ଚାଲି ଗଲେ ତୁମେ ମଲ୍ଲୀ ମହକଇ
ହସରେ ଫୁଟଇ ହେନା
ତୁମ ପାଇଁ ରାତି ଚାନ୍ଦିନୀ ଯେ ନିତି
ମୋ ପାଇଁ ମେଘ ଅସରା
ତୁମରି ଗାଆଁରେ......



ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି ପୁରୀ
ଦୂରଭାଷ: ୯୮୫୩୩୫୩୯୩୮

Post a Comment

0Comments
Post a Comment (0)