ନା ଖେଳୁଅଛ ଲୁଚକାଳି
ଥରୁଟିଏ ଖାଲି ଭିଜେଇ ଦିଅ ଗୋ
ମୁଁ କରୁଛି ତୋଠାରେ ଅଳି !
ବରଷା ଗୋ ତୁମେ କରିଛକି ମାନ
ହଜିଛି କି ତୁମ ଠିକଣା
ତମରି ବାଟକୁ ଚାହିଁଛନ୍ତି ସବୁ
ଜାଣି କାହିଁ ହୁଅ ଅଜଣା !
ଅଟକି ଯାଇଛ ଅଧା ବାଟେ ଆସି
କହିବକି ଥରେ କାନରେ
ତୁମରି ଶୀତଳ ପରଶ ପାଇଁକି
ଧରଣୀ ଚାହିଁଛି ଆତୁରେ !
କରିଛକି ରୋଷ ଅବା ଅଭିମାନ
ମନେ ଭରିଅଛ ଛଳନା
ତୁମ ଆଗମନେ ଉଙ୍କିମାରେ ମନେ
ନିତି ନୂଆ ନୂଆ ଭାବନା !
କେତେ ପରଖିବ ଏଜୀବନେ ଆଉ
ଅପେକ୍ଷାର ଅନ୍ତ ନାହିଁକି,
ଗୋପନରେ ଆସି କହିଦିଅ ଥରେ
ଏତେ ଡେରି ଆଜି କାହିଁକି ?
କେଲୁଆପଲ୍ଲୀ, ଗଞ୍ଜାମ
