"ନିଃସଙ୍ଗ ନିଶା" କାବ୍ୟରୁ "ଲକ୍ଷ୍ମଣଙ୍କ ପ୍ରତି" - ହେମନ୍ତ କୁମାର ବରାଇ

0
"ନିଃସଙ୍ଗ ନିଶା" କାବ୍ୟ ରୁ "ଲକ୍ଷ୍ମଣଙ୍କ ପ୍ରତି" (୨ୟ ଭାଗ)

ଚନ୍ଦ୍ରମା ରୁ ଜ୍ୟୋତି ତପନ ରୁ ତାତି
ହିମାଳୟୁ ସବୁ ହିମ,
ଅନିଳ, ଅନଳ ଜଳ ତା ତାରଲ୍ୟ
ତ୍ୟାଗୀ ଦିଅନ୍ତୁ ଧରମ ାା୧୧ାା
ଲଙ୍ଘୁ ପାରାବାର ସୀମା କୁ ତାହାର
ମାଡି ମାଡି ଯାଉ ଆଗେ,
ମୁଁ କିନ୍ତୁ ନିଶ୍ଚଳ ଲଙ୍ଘିବା ଦୁର୍ବଳ
ଜନକ ବଚନ ଆଗେ ାା୧୨ାା
ଜଗତେ ମୋ ନିଷ୍ଠା ସଙ୍ଗେ ମୋ ପ୍ରତିଷ୍ଷା
ନିଷ୍କ୍ରିୟ ନହେଉ ନିଷ୍ଠା,
ପିତାଙ୍କ ବଚନ ଆଦେଶ ସମାନ
ପ୍ରତିଷ୍ଠିତ ହେଉ ନିଷ୍ଠା ାା୧୩ାା
ସକଳ ସଂସାର ପିତାଙ୍କୁ ଅସାର
ମୋତେ ବୋଲିବେ ଭୀରୁ,
ପିତାଙ୍କ ଶପଥ ନ ହେବାକୁ ବ୍ୟର୍ଥ
ବନବାସ କୁ ବିଚାରୁ ାା୧୪ାା
ହ୍ରୁୁଦୟ, ବଚନ ପାର୍ଥକ୍ୟ ରୁ ଜାଣ
ଅବିଶ୍ୱାସ ହୁଏ ଜାତ,
ଅବିଶ୍ୱାସୁ ପୁଣ ସଂଶୟ ଉତ୍ପନ୍ନ
ଜୀବନ ର ଶତ୍ରୁ ସତ ାା୧୫ାା
ଯେ ମହାପୁରୁଷ ସତ୍ୟ ରେ ବିଶ୍ୱାସ
ରଖି କରିଥାନ୍ତି ବାଦ,
ନରକ କୁ ବଳି ଅସତ୍ୟ କୁ କଳି
ହୋଇଥାନ୍ତି ଭୟଭୀତ ାା୧୬ାା
ପିତାଙ୍କ ବଚନ କରି ଉଲଙ୍ଘନ
ଯଦି ମୁଁ ବିତାଏ ଦିନ,
ସଂସାର ବିଜୟ କରି ମୁଁ ଅକ୍ଷୟ
ହୋଇ କି ପାଇବି ମାନ ାା୧୭ାା
ସେ ନର ଅଧମ ମ୍ରୁତକ ସମାନ
ସମ୍ମାନ କୁ ନୁହେଁ ଗଣା,
ଶରୀର ତ୍ୟାଗୀଣ ନରକ ସମାନ
ଧରା କରିବ ଭର୍ତ୍ସନା ାା୧୮ାା
ବୀଧାତା ଙ୍କ ମତ ମେ ପାଇଁ ଆହତ
ହେବାକୁ ତ ଚାହୁଁ ନାହିଁ ାା୧୯ାା
ଅରଣ୍ୟେ ରହିବା ହେତୁରୁ ମୁଁ କିବା
ହୋଇବି ପରାଙମୁଖ,
ତହିଁ ରୁ ପାଇବି ରାଜ୍ୟ ସୁଖ ରୁ ବି
କୋଟି କୋଟି ଗୁଣ ସୁଖ ାା୨୦ାା
ଏଣୁ ହେ ଲକ୍ଷ୍ମଣ ! କରିବାକୁ ବନ
ଗମନ କୁ ମନସ୍ଥିର,
ଚଉଦ ବରଷ ଅରଣ୍ୟ ରେ ବାସ
ମୋ ପାଇଁ କି ହେଉ ପର ାା୨୧ାା




ଗ୍ରା/ପୋ-ରୁଷୁଡା,ବରଗଡ

Post a Comment

0Comments
Post a Comment (0)