ଆସ ଲଗାଇବା ଗଛ
ଆମ ସଭ୍ୟତା ଆମ ସଂସ୍କୃତି
ସୁରକ୍ଷା କରିବା ଆସ ।
ବନଭୂମି ରେ ସଭ୍ୟତା ର
ପ୍ରଥମ ସୂର୍ଯ୍ୟୋଦୟ
ସଂସ୍କୃତି ପାଇଁ ବନର ଦାନ
ଅତି ଲୋଭନୀୟ ।
ତପଶ୍ଚରଣ ର ପ୍ରଧାନ କେନ୍ଦ୍ର
ଅଟଇ ବନଭୂମି
ଶାନ୍ତ ପରିବେଶ କମନୀୟ ରୁପ
ମୁନି ମନ ମୋହିନୀ ।
ଯାନ୍ତ୍ରିକ ସଭ୍ୟତା ବିକାଶ ଦିନୁ
ହାତଶିରି ହେଲାଣି
ଅଧ୍ୟାତ୍ମିକତା ର ସଉରଭ ଆଉ
ମହକି ଉଠୁନି ।
ବରଷକେ ଥରେ ସରକାର କରନ୍ତି
ଏଇ ବନ ମହୋତ୍ସବ
ରାତି ରାତି ଗଛ କାଟୁଛୁ କାହିଁରେ
ଧ୍ବଂସ ମୁଖୀ ମାନବ ।
ବନୀକରଣ, ନବୀକରଣ
ଆସରେ କରିବା
ଅକାଳ ବୃଷ୍ଟି, ବାତ୍ୟା,ଦୁର୍ଭିକ୍ଷ
ନିୟନ୍ତ୍ରଣେ ରଖିବା ।
ବୃକ୍ଷରୁ ଜଳ , ଜଳରୁ ଶସ୍ୟ
ଶସ୍ୟ ରୁ ଜୀବନ
ସତର୍କ ବାଣୀ ଏ ସେକ୍ରେଟିସଙ୍କର
ନ ଭୁଲ ବାଇନ ।
ଜନ ଜାଗରଣ ହେଲେରେ ସାଙ୍ଗ
ହଟିବ ବିପଦ
ଅମୂଲ୍ୟ ସମ୍ପଦ ଗନ୍ତାଘର ଏଇ
ଅରଣ୍ୟ ସମ୍ପଦ ।।
ବ୍ରାହ୍ମଣ କୁଶଡିହ, ବାଲୁଗାଁ, ଖୋର୍ଦ୍ଧା
