ପ୍ରିୟା ପାଇଁ - ସନ୍ତୋଷ ପଟ୍ଟନାୟକ

0
ନାସିକାର ତୁମ ନାକ ବସଣିଟା
ଲାଗେ ଭାରି ମନଲୋଭା
ସକାଳ ଦେହରେ କାକର ବିନ୍ଦୁଟା
ପାଇଥାଏ ଯେହ୍ନେ ଶୋଭା

ନିଳକଇଁ ସମ ତୁମ ତନୁ ମନ
ଚାନ୍ଦପ୍ରାୟ ଯେ ବଦନ
ବିମୋହିତ କଲା ମନଟାକୁ ମୋର
ଇଛା ମଧୁର ମିଳନ

ରାଗିବନି ଜମା ପକାଉଛି ରାଣ
ତୁମେ ମୋ' ଜୀବନ ରେଖା
ଆଜି ଅବା କାଲି କରିବଟି ମୋତେ
ତୁମର ଜୀବନ ସଖା....




ବେଗୁନିଆପଡା଼ ବ୍ଳକ, ତିରିଡା଼, ଗଞ୍ଜାମ

Post a Comment

0Comments
Post a Comment (0)