ହେ ମର୍ତ୍ତ୍ୟପୁର ସାବିତ୍ରୀ - ନିରଞ୍ଜନ ପଣ୍ଡା

0
ହେ ହେ............
ମର୍ତ୍ତ୍ୟପୁର ର ସାବିତ୍ରୀ.....
ଦୁଃଖ ତୁମ ଜାତକେ ହୋଇନାହିଁ ଲେଖା
ଚିତ୍ରଗୁପ୍ତ ଦିଏ ନାହିଁ ମରଣର ବାର୍ତା
ଭୟକରେ ଜନ୍ତୁପତି ହୋଇଗଲେ ଦେଖା
ତୁମକୁ ନକହି କହେ ସେ ସତ୍ୟବାନକୁ
ଆବଶ୍ୟକ ହେବନାହିଁ ମୋ ପାଞ୍ଜି ଲେଖା
ଆପେ ଆପେ ଅନତିରେ ତୋ ସହ..
ହୋଇଯିବ ଦେଖା,ହୋଇଯିବ ଦେଖା ||

ହେ ହେ.............
ମର୍ତ୍ତ୍ୟପୁର ର ସାବିତ୍ରୀ,........
ଜନ୍ତୁରାଣ ମାଡ଼େନାହିଁ ତୁମରି ପରଷ
ସତ୍ୟବାନର ଦୁଃଖ କେ ଦେଖିବ ଆସ
ଘରେ ଘରେ ତାଡ଼ନା ତା ସହ ପୀଡ଼ନା
ସକାଳୁ ସଞ୍ଜ ଯାଏ ନରକ ଜାତନା
ବଞ୍ଚି ଥାଉ ଥାଉ ସେ ନିତି ମରୁଅଛି
ଜମରାଜ,ପଡ଼ିବନି କରିବାକୁ ଅପେକ୍ଷା
ଇଛା ନଥିଲେ ବି ସତ୍ୟବନ୍ ତୁମକୁ ଆପେ
ଦେଇଦେବେ ଦେଖା ଦେଇଦେବେ ଦେଖା ||




ନିରଞ୍ଜନ ପଣ୍ଡା,
ପୁରଣ ପଧାନ, ଶିଶିଲୋ, ବାଳକାଟି,
ଜିଲ୍ଲା- ଖୋର୍ଦ୍ଧା, ମୋ-୮୦୯୩୮୯୮୯୮୪

Post a Comment

0Comments
Post a Comment (0)