ଭାରି ସଂସ୍କାରୀ
ପିନ୍ଧୁ ଥାଏ ସେ ନିତି
ସୂତା ଛପା ଶାଢ଼ୀ
ହାତେ ପାଣି କାଚ ଚୁଡି
ମଥାରେ ଟିକିଲି
କାନରେ ଝୁମୁକା
ପାଦ ରେ ପାଉଁଜି ଯୋଡି
ଗାଉଁଲୀ ଝିଅ ସେ
ଗାଁ ଦାଣ୍ଡେ ବୁଲେ
ଖାଲି ମନ ଖୋଲା ହସି
ତା ଖୁସି କୁ ଦେଖି
ଧରଣୀ ବି ଦିଏ ହସି
ତା ମୁଣ୍ଡ ର ମଲ୍ଲୀ ଗଜରା
ମହକିତ କରେ
ମନ କୁ କରେ ବାସୀ
ଗାଉଁଲୀ ଝିଅ ସେ
ନୁହେଁ ସେ ଗୋରୀ
କି ନୁହେଁ ସେ ସୁନ୍ଦରୀ
ହୋଇଥାଏ ଶ୍ୟାମଳି
ରୂପ ରେ ସେ ତନୁ ପାତଳୀ
ମୁଣ୍ଡେ ଲମ୍ବା ବେଣୀ
ଆଉ ସରମ ଚାହାଣି
ହୃଦୟ କୁ ନିଏ ଟାଣି
ଗାଉଁଲୀ ଝିଅ ସେ
ଗାଁ ର ସେ ଅତି ଗେଲ୍ହଇ
କେମିତି ଛାଡିବ ବାପଘର
ଯିବ କି ସେ ଶାଶୂଘର
ଆର ଗାଁ ଟୋକା ଙ୍କ
ଏ ଗାଁ ରେ ହୁଏ ଭିଡ଼
ତାକୁ କରିବାକୁ ଅତି ନିଜର
ଗାଉଁଲୀ ଝିଅ ସେ
କଥା ରେ କଥା ରେ
ଲାଜ କରୁଥାଏ
ମୁଁହ କୁ ତଳକୁ ପୋତି
କାଖେ ନେଉଥାଏ
କଳସି ର ଜଳ ସତେ କି
ଚମ୍ପା ସେ ସରମୀ ଲତା
ଗାଉଁଲୀ ଝିଅ ସେ
ନିତି ପୂଜା ପାଠ କରେ
ଗାଁ ବଡ଼ ଦେଉଳ ରେ
ଚଉଁରା ମୂଳ ରେ
ଦେଇ ଜାଣିଥାଏ
ଗୁରୁବାର ଝୋଟି ଚିତା
ବାର ମାସ ର ତେର ପରବ ରେ
କରୁଥାଏ ସେ ଓଷା ବ୍ରତ
ଗାଉଁଲୀ ଝିଅ ସେ
ଭାରି ସୁଆଦ ତା ହାତ ରନ୍ଧା
ଦହି ପଖାଳ କୁ
ପୋଡା ବାଇଗଣ ଆଉ ଖଟା
ଆରିସା କାକରା
ଚିତୋଉ ଚକୁଳି
ତିଆରି ସେ ସିଦ୍ଧ ହସ୍ତା
ରୋଗ ଦୁରେ ହୁଏ
ଛୁଇଁ ଦିଏ ସେ ଯେବେ
ରୋଗୀ ର ମଥା
ଗାଉଁଲୀ ଝିଅ ସେ
ଭାଗ୍ୟ କୁ ଥିଲେ ମିଳେ
ଘର କୁ କରିବ
ସରଗ ପୁରୀ ର ପ୍ରଥା
ବାହା ହୋଇ ତାକୁ
ସଂସାର କରିବ ଯେ
ଜାଣିରଖ ଏହି କଥା।
ପ୍ରକାଶ ସାହୁ,
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ
0 Comments
You can write now your valuable comments here. Off-topic comments may be removed or deleted without prior notice.