ପଶ୍ଚିମ ଆକାଶର ଅନ୍ଧକାରରୁ ଏବଂ
ଭ୍ରମଣର ପ୍ରବଳ ଇଚ୍ଛାରେ ପଥିକ,
ସୂର୍ଯ୍ୟ, ଚନ୍ଦ୍ର, ଆକାଶର ଆହ୍ଵାନ,
ମନରେ ଅଶାନ୍ତିର ବାର୍ତ୍ତା
ପାଗଳ କରି ଦେଉଛି ତାକୁ
ଛାଡ଼ି ଚାଲିଯିବାକୁ ସର୍ବସ୍ଵ ।
ସେ ଜାଣିନାହିଁ,
ତା’ ଗନ୍ତବ୍ୟ ପଥର ଲକ୍ଷ୍ୟ
ଜାଣେ ନାହିଁ, ସମୁଦ୍ରର ଫେନିଳ ପଥ,
ନୀଳ ପର୍ବତର ଶୀତଳତା,
ପବନର ପ୍ରଖର ବେଗ,
ମେଘ ଉହାଡ଼ର ଜହ୍ନ,
ଜହ୍ନ ଆଲୁଅର ଜନଶୂନ୍ୟ ରାସ୍ତା,
ଆକାଶ ଉଦବେଳିତ ସମୁଦ୍ର,
ସବୁକିଛି ତାକୁ ଡାକୁଛନ୍ତି,
ନଦୀ, ପର୍ବତ, ପକ୍ଷୀଏ ।
ଦେଖାଯାଉଥିବା
ବିସ୍ତୃତ ଦିଗବଳୟ
ଦୁର୍ବାର ଦିବାରାତ୍ରୀ,
ଫେରୁଛନ୍ତି କେତେ ପଥିକ
ଯାଉଛନ୍ତି ପୁଣି କେତେ
ଯାଉଛି ଆଜି ସେ
ଅଜ୍ଞାନ୍ତ ପଥିକ
ଫେରିବାର ଆଶା ନାହିଁ,
ଦାୟିତ୍ଵ ନିର୍ଦ୍ଧାରଣ କରିବ
ତା’ ଜୀବନର ଶେଷ ପଥ ॥
ମାର୍ଫତ୍ – ବସୁଧା କମ୍ପୁଟର, ଗୋଇଲୁଣ୍ଡି ମେନ ରୋଡ
ବ୍ରହ୍ମପୁର, ଗଞ୍ଜାମ, ଦୂରଭାଷ : ୭୮୦୯୮୭୨୪୮୩
