ଆଉ ନାହିଁ କେହି - ରାଜେଶ କୁମାର ମୁଣ୍ଡ

0
ଅଗ୍ନିବର୍ଷି ଆକାଶରୁ
ଲାଲ ମେଘ ଖଣ୍ଡେ
ଓହଳିଛି ଶୁନ୍ୟ ଭୂମି ଉପରେ ।
ଚାଷ ଜମିର ଗଛରେ
ଝୁଲିପଡ଼ିଛି ଚାଷୀର ଶରୀର ।
ମନ୍ଦିର ପାଖ ଗଛ ତଳେ
ଝରିପଡିଥିବା ଫୁଲର ଶେଯରେ
ଭିକାରୀର ଚିରନିଦ୍ରା,
ମାଟି ତଳେ ଅଲୋଡ଼ା ଭବିଷ୍ୟତର
ଟିକି ହୃଦୟ,
ନାବାଳିକାର କ୍ଷତାକ୍ତ ମରଶରୀର,
ବର୍ଷ ବର୍ଷ ଧରି ଶିକ୍ଷକତା କରିଆସୁଥିବା
ଶିକ୍ଷକର ହାହାକାର,
ଶୁଣିବାକୁ କେହି ନାହିଁ ।।
ଲମ୍ପଟୀ ସରକାରର ଲାଂଛନା,
କୋଟି କଳା ଟଙ୍କା ରଖିଥିବା
ଦେଶଦ୍ରୋହୀଙ୍କ ପ୍ରାଦୁର୍ଭାବ,
ଜାତିଆଣ ଭେଦଭାବ ଦେଖାଇ
କୁତ୍ସିତ ମସ୍ତିଷ୍କଙ୍କ ସ୍ୱାର୍ଥ ହାସଲ,
କୋଉଠି ଭଗବାନ ?
ନା ସିଏ ବି
ଅସହାୟ, ନିରୂପାୟ, ଅବା
ଚାଲାକ ଚଉସାରର ଗୋଟି ?
ବୋଧେ ଭଗବାନ
ମରିଯାଇଛି ??

Post a Comment

0Comments
Post a Comment (0)