ମହାରାଷ୍ଟ୍ରର ନାସିକ ନିକଟସ୍ଥ
ଯେଓଳା ମରାଠି ପରିବାର
ଧନ୍ଯ ହୋଇଯାଇଥିଲେ
ଜଣେ ପୁଣ୍ଯାତ୍ମା ପୁତ୍ରଟେ ପାଇ ।
ଅଠର ଶହ ଚଉଦ ଥିଲା
ପବିତ୍ର ଦିବସଟିଏ
ପଣ୍ଡୁରଙ୍ଗ ରାଓ ତୋପେଙ୍କ କୁଟୀରେ
ଶୁଭିଥିଲା କୁଆଁ କୁଆଁ ରଡି ।
ଶ୍ରଦ୍ଧାରେ ନାମକରଣ କରିଥିଲେ
ରାମଚନ୍ଦ୍ର ପଣ୍ଡୁରଙ୍ଗ ତୋପେ
ଶଶିକଳା ପରି ବଢ଼ି ଚାଲିଥିଲେ
ବାଲ୍ଯରୁ ବନିଲେ ଯୁବା ।
ବ୍ରିଟିଶ୍‌ ଶାସନରେ କ୍ଷୁବ୍ଧ ହୋଇ
ଲମ୍ଫ ଦେଇଥିଲେ ଭାରତ ବିଦ୍ରୋହେ
ପାଲଟି ଯାଇଥିଲେ ଜନୈକ
ଅଗ୍ରଗାମୀ ନେତାଟିଏ ।
ବ୍ରିଟିଶ୍‌ ବିରୁଦ୍ଧରେ ସ୍ବର ତୋଳିବାକୁ
ପୂର୍ଣ୍ଣ ପ୍ରସ୍ତୁତିରେ ତୋପେ
ମଣ୍ଡନ କଲେ ସେନାପତି ପଦବୀ
ଖୁବ୍‌ ଧୁରନ୍ଧର ତହିଁରେ ସେ ।
ଅଦମ୍ୟ ସାହସ ଯୋଗୁଁ
ପରିଚିତ ହୋଇପାରିଥିଲେ
ସର୍ବ ଭାରତୀୟଙ୍କ ସମୀପେ
ତାତ୍ଯା ତୋପେ ରୂପରେ ।
ଇତିହାସର ଦେଶ ପ୍ରୀତି ଫର୍ଦ୍ଦରେ
ଅଲିଭା ଅକ୍ଷରେ ଲିପିବଦ୍ଧ
ଜଣେ ମହାନ ଦେଶ ସେବକ
ଅଦମ୍ୟ ସଂଗ୍ରାମୀଟେ ଭାବରେ ।
ଅଠର ଶହ ସତାବନ ବିପ୍ଳବ
ଥରାଇ ଦେଇଥିଲା ବ୍ରିଟିଶ୍‌ ହିଆ ;
ତାତ୍ଯା ତୋପେଙ୍କ ରଣ ଗର୍ଜନେ
ଭୀତତ୍ରସ୍ତ ଇଂରେଜ ସଇନ ।
ତୋପେଙ୍କ ବିରୁଦ୍ଧାତ୍ମକ
ଅଭିଯୋଗକୁ ଭିତ୍ତି କରି
ମିଳିଥିବା ମୃତ୍ଯୁ ଦଣ୍ଡ ଆଦେଶକୁ
କରିନେଲେ ସାହସେ ସ୍ବୀକାର ।
ତାଙ୍କର ଅନ୍ତିମ ବଚନଟି ଥିଲା
କେବଳ ମରଠା ନୃପ ପେସବାଙ୍କ
ଆନୁଗତ୍ୟ ହିଁ ମୋର ସ୍ବୀକାରଯୋଗ୍ଯ
ଅନ୍ୟ କାହାରି ବି ନୁହେଁ ।
ଅଠର ଶହ ଅଣଷଠି ଏପ୍ରିଲ
ଅଠର ତାରିଖ ଥିଲା
ତାତ୍ଯା ତୋପେଙ୍କର ଘାତଚନ୍ଦ୍ର ;
ଲିଭି ଯାଇଥିଲା ଜଳନ୍ତା ଦୀପଟି ।
ଅବିକା ବି ଚିର ଅମର ସେ
ପ୍ରତି ଭାରତୀୟଙ୍କ ହୃଦ ମନରେ
ସ୍ମରୁଛନ୍ତି ପ୍ରତ୍ଯେକ ଜନତା
ସ୍ମରୁଛି ପୁନଃ ଭାରତ ମାତା ।।




ଶିବ ପ୍ରସାଦ ବାହିନୀପତି
ସମ୍ପାଦକ, ପୂଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ
ଭାଟପଡ଼ା, ନିରାକାରପୁର,କଣାସ (ପୁରୀ)
ଫୋ-୯୫୫୬୧୩୭୧୨० /୯୫୫୬୭୭୮୫୨४