ଅରୁକ୍ଷ କାବ୍ୟ ରୁ ଓ ଔ ଚମ୍ପୁ - ହେମନ୍ତ କୁମାର ବରାଇ

0
(ରାଗ - ବସନ୍ତ)
ଓପରୋଧ ଶ୍ରେଷ୍ଠ ମଣି କି ବିଶିଷ୍ଟ
ପାଳକ ବୋଲାନ୍ତି ଶ୍ରେଷ୍ଠ,
ଓର ଲଭି ଯେହୁ ମାନିବା ନ କହୁ
ସମ୍ମାନ ହୁଏ ବିନଷ୍ଟ ॥୧ାା
ଔଦାର୍ଯ୍ୟ ଗୁଣରେ ଦେବଗଣ ବୀରେ
ସ୍ୱଭାବେ ଭାବ ସ୍ରୁଜନ୍ତି
ଔଦ୍ଧତ୍ୟ କୁ ତ୍ୟାଗୀ ଭବେ ଅନୁରାଗୀ
ଭାବରେ ଭାବ ବୁଝନ୍ତି ॥୨ାା
ଓଜେଃ ଭାବଗ୍ରାହୀ- ବିଭବେ କି କହି
ଭୂତି ବିଭୂତି ରେ ଯଶ,
ଓଜସ୍ୱୀ ଗଣରେ ଗଣା ଗଣି ଯାରେ
ବୋଲାନ୍ତି ଏଣୁ ତ୍ରିଦଶ ॥୩॥
ଔଚିତ୍ୟ ପଣରେ ଅବନୀ ସଙ୍ଗରେ
ସର୍ବ ଦେବ ହୋଇ ମେଳ,
ଓତପ୍ରୋତ ଦେବେ ଇନ୍ଦ୍ରାଦେଶେ ତେବେ
ଅନୁସରି ଗଲେ ପାଳ ॥୪॥
ଓଷଧୀଶ- ଧାରୀ ପୁରେ ଅବତରି
ମହୀ ଦେବେ ହରଷିତ,
ଔତ୍ସୁକ୍ୟ ପ୍ରକାଶି ବ୍ୟୋମ ପୁର ବାସୀ
ଉପବନେ ଲୟ ପ୍ରୀତ ॥୫॥

Post a Comment

0Comments
Post a Comment (0)