ସପ୍ତରଙ୍ଗୀ ଇନ୍ଦ୍ରଧନୁ
ନୟନ-ଯୁଗଳ ଅଂଶୁଜାଳରୂପୀ
ନ ପାରଇ ଭୁଲି ମନୁ।।୧।।
ଚୋରାଚାହାଣିର ଗୋଲାପିଫଗୁଣେ
ଚଞ୍ଚଳିତ ତନୁଧାମ
ଅଳପଲାଜୁଆ ସ୍ମିତହାସ୍ୟ ତୁମ
ତନୁଛାୟାରେ ଗୋ....ମନ।।୨।।
ତତପତ୍ରୀ ପରି ତନ୍ତ୍ରିକା ସୁନ୍ଦରୀ
ଗଢିଦେଲା ତପସ୍ପତି
ତନୁଭୂତି ତୁମ ତମସ୍ବିନୀ ପରି
ତର୍ଷ-ତରଙ୍ଗବତୀ।।୩।।
ଆଙ୍କିଦେଲା ବିହି ତମିସ୍ରା ତରଙ୍ଗେ
ତରାଟର ତରୁଣତା
ତରୁଣୀ ଗୋ.... ତନୁଭୂତିରେ ତୁମର
ରସମୟ ଶୃଙ୍ଗାରତା।।୪।।
ତମିନାଥ ତୁମ ତନୁର ତତ୍ତୁରେ
ମାରୁଥାଏ ତଳଧ୍ୱନି
ରସବତୀ ତୁମ ଲଳିତ ସୌନ୍ଦର୍ଯ୍ୟ
ରସୋପଳ ସ୍ବାଭିମାନୀ।।୫।।
ଲଲାଟପଟରେ ମଉନାବତୀଲୋ,...
ଲଳିତାଙ୍ଗ ପାଏ ଶୋଭା
ମକରନ୍ଦ ପରି ମକଦଲ ଫୁଲ
ମଉସମ ମଧୁଶଯ୍ୟା।।୬।।
ମଉଜଆନନ୍ଦେ ମକଦଳ ପ୍ରାୟେ
ଲାଗୁଅଛୁ ତରଙ୍ଗାଳୀ
ଲଲାମକ ତୋର ମକରାକର ଲୋ...
ଶଶିକାନ୍ତ ବସେ ଭାଳି।।୭।।
ଆହା.. ଗୋ... ସୁନ୍ଦରୀ ରୂପସୀ ମାନସୀ
ମଗଶୁର ସଜଫୁଲ
ରୂପଚର୍ଯ୍ୟେ ତୁମ୍ଭ ସାଉଁଟା ଆଷାଢ଼
ଉପହାର ଦେଇଦେଲ।।୮।।
ଶ୍ରାବଣର ବର୍ଷା ଉଷ୍ମ ବାରିଧାରା
ରସବତୀ ମଖମଲି
ଚନ୍ଦ୍ରବଦନୀ ହଳଦୀଗଣ୍ଠି ଗୋ....
ତୁମପାଇଁ ଝୁରି ମଲି।।୯।।
ଲଳିତର ସୁରେ ତଲୟ-ପଲ୍ଲବେ
ରସରଙ୍ଗ ମଉସମ
କେଉଁ ତିଥିରେ ଗୋ... ଆସିବ ହେ ପ୍ରିୟା
ଜୀବନେ ଢାଳିବ ପ୍ରେମ।।୧୦।।
ସୁନିଲ କୁମାର ବେହେରା, ଶିକ୍ଷକ
ନୂଆଗାଁ-ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ- ୮୦୧୮୯୯୭୬୯୬/୭୬୫୫୯୯୧୫୫୬
