ନିବେଦନ - ସନ୍ତୋଷ ପଟ୍ଟନାୟକ

0
କେତେ କଷ୍ଟ ଆଉ ସହିବି କାଳିଆ
ଜୀବନ ଯାଉଛି ସରି
ଅସହ୍ୟ ହେଲାଣି ଜୀବନ ମୋହରି
ସିଞ୍ଚ ଥରେ କୃପାବାରି.....

ଜୀବନ ଯୁଦ୍ଧରେ ହାରି ମୁଁ' ଯାଇନି
ଜିତିବାଟା କଷ୍ଟ ଭାରି,
ଚତୁର୍ଦିଗେ ଶତ୍ରୁ ଘେରି ରହିଛନ୍ତି
ଉଦ୍ଧାର ତୁ ଚକ୍ରଧାରୀ.....



କଷ୍ଟ ହେଲେ ହେଉ, ସୁଦୟା ତୋହରି
ରହିଥାଉ ଭାବଗ୍ରାହୀ,
ମନ ବୃନ୍ଦାବନେ ନାମକୁ ତୋହରି
ନିତି ଭଜୁଥିବି ମୁହିଁ....

ନିବେଦନ ଗୋଟେ ରଖିଲେ ସାଆଁନ୍ତ
ଦେଖନ୍ତି ଚକାନୟନ
ଭାବୁଛି ଆଶା ମୋ'ପୁରଣ କରିବୁ
ଯିବା ଆଗୁ ଏ ଜୀବନ.....






ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଳକ୍, ଗଞ୍ଜାମ

ଦୂରାଭାଷ - ୮୮୬୬୩୫୯୨୧୧

Post a Comment

0Comments
Post a Comment (0)