ଜଗତର ହିତ ପାଇଁ
ଖୋଲେନାହିଁ କେବେ କୋହର ଗଣ୍ଠିଲି
ଦୁଃଖ ଅନୁତାପ ସହି !
ହୁଏ ନାହିଁ କେବେ ମନ ବିଚଳିତ
ହୃଦୟେ ଲୁଚାଏ କୋହ
ପରକି ଆପଣା ନଥାଏ ତ ଜଣା
ହସ ହସ ତା'ର ମୁଁହ !
ଜନନୀ ଭଗିନୀ ଜାୟା ସାଜି ସେତ
ନିଜର କର୍ତ୍ତବ୍ୟ କରେ
ତିଳେହେଁ ମନରେ ସଂକୋଚ ନଥାଏ
ତିଳ ତିଳ ହୋଇ ଜଳେ !
ଭୁଲିଯାଅ ନାହିଁ ସୃଷ୍ଟିକର୍ତ୍ତ୍ରୀ ଯିଏ
ଧ୍ବଂସ ବି ତାହାରି ହସ୍ତେ
ଅପରାଧ କରେ ଏମାୟା ସଂସାରେ
ନାଶଯାଏ ସେତ ନିଶ୍ଚେ !
ନାରୀ ଓ ପୁରୁଷ ସୃଷ୍ଟିର ପାଇଁତ
ଉଭୟେ ପରିପୂରକ
କାହିଁକି ଆଜି ଏ ବାଛ ବିଚାରହେ
କାହାପାଇଁ ମନେ ଦୁଃଖ !
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
