ଉତ୍କଳ ପ୍ରଦେଶେ ବୀର ଇତିହାସେ
ବାଣପୁର ଅଟେ ଖ୍ୟାତ
କେତେ ଯୋଦ୍ଧାଙ୍କର ଥିଲା ବାସସ୍ଥଳୀ
ଅତୀତେ ଥିଲା ବିଖ୍ଯାତ ।।

ଏବେବି ସେ ମାଟି ଛୁଇଁଲେ ଲାଗୁଛି
କହୁଛି ଅନେକ କଥା
ବୀର ପାଇକଙ୍କ ସମର ତାଲିମ
ଦୁଇଶହ ବର୍ଷ ଗାଥା ।।



ଅଦମ୍ଯ ସାହାସ ଢାଳି ଦେଇଥିଲେ
ସୁନାର ଓଡିଶା ପାଇଁ
ଇଂରେଜ ବିରୁଦ୍ଧେ ରଚିଥିଲେ ରଣ
ଭଗବତୀ ପାଦ ଛୁଇଁ ।।

ଘଣ୍ଟଶିଳା କୋଳେ ସ୍ଥାପିଲେ ଶିବିର
ସତର୍କ ପ୍ରହରୀ ହୋଇ
ଗୋରା ମାନଙ୍କର ହଜିଥିଲା ନିଦ
ପ୍ରକମ୍ପିତ ହେଲେ ଚେଇଁ ।।



ଅଧୀର ହୋଇଲେ ବିଦେଶୀ ଶାସକ
ବୁଦ୍ଧି ଯାଇଥିଲା ହଜି
ପାଇକଙ୍କ ମେଳି ହେଲା ବିସ୍ଫୋରଣ
ଗୋରାଙ୍କ ବିରୁଦ୍ଧେ ତେଜି ।।

ମହାମନ୍ତ୍ରୀ ସେହି କୃତିବାସ ବୀର
ପଞ୍ଚାନନଙ୍କ ପରି ନାୟକ
ଲୋଚନ ବିଶୋଇ ଗାରିମା ଅସୀମ
ଥିଲେ ବାଣପୁର ଟେକ ।।



କହେ ଭେଟେଶ୍ବର ,ବିରିବାଡି ଅଛି
ବେତୁଲି ସେ ବୋରି ଗାଆଁ
ବଡକୁଳ ପରି ପାଇକଙ୍କ ଗ୍ରାମ
ଅମରତ୍ବ ତାର ନାଆଁ ।।

ମନେ ପକାଅ ଥରେ ସେ ବୀର ମାଟିକୁ
ଅଠରଶହ ସତର
ସିପାହୀ ବିଦ୍ରୋହ ଚାଳିଶ ପୂର୍ବରୁ
ଥିଲା ସେ ବଳ ବତର ।।



ମଞ୍ଜି ବୁଣିଥିଲା ବିପ୍ଳବ ପାଇଁକି
ସାଉଁଟି ଥିଲା ସେ ସ୍ବପ୍ନ
ଭାଙ୍ଗି ଦେଇଥିଲା ମେରୁଦଣ୍ଡ ତାଙ୍କ
ଫିରିଙ୍ଗିର କୁ ଶାସନ ।।

ମନେ ପଡିଗଲେ ଅଠରଶହ ଛତିସ
ଟାଙ୍କୁରି ଉଠୁଛି ଲୋମ
ବାଣପୁର ମାଟି ଅମର ପୃଷ୍ଠାରେ
ଇତିହାସ ମହାଦୃମ ।।



ହସୁଛି ମୋ ମାଟି ଖୋର୍ଦ୍ଧା ଗଡ ଆଜି
ହସୁଛି ଉତ୍କଳ ମାଟି
ରହିଛି ରହିବ ରହିଥିବ ସିଏ
ଯୋଦ୍ଧାଙ୍କର ଏହି ଘାଟି ।।

ନଇଁ ନାହିଁ କେବେ ନଇଁ ସେ ନଥିଲେ
କେତେ ଯୋଦ୍ଧା ଥିଲେ ରହି
ବକ୍ସିଜଗବନ୍ଧୁ ଜୟ ରାଜଗୁରୁ
ବଳିଦାନ କଥା କହି ।।



ଦଳବେହେରାଙ୍କ ଚତୁରତା ପଣ
ଗାଉଛି ଓଡିଶା ମାଟି
ଥିଲେ ମାନସିଂହ ଛୁଆଳ ସିଂହ ସେ
ରକ୍ତ ଦେଇଥିଲେ ଭେଟି ।।

ଏହି ମୋର ଭୂମି ଅଟେ ବାଣପୁର
ଉତ୍କଳର ପୂଣ୍ଯ ଭୂମି
ଯୁଗେ ତୁହି ଅଟୁ ବନ୍ଦନୀୟା
ପବିତ୍ର ଭାରତେ ଜନ୍ମି ।।






ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋର୍ଦ୍ଧା