ସାଗରେ ସାଗର ସାଗରୀକା ତୁମେ
ସାଗରର ନୀଳ କଇଁ,
ସାଗର ତରଂଗେ ବିଛାଇ ଦେଇଛ
ସାଗର ରୂପୀ ପଦୁଇଁ ॥

ସାଗର ବକ୍ଷର ନୀଳତ୍ପୋଳା ତୁମେ
ସାଗରେ ସାଗର ମୁକ୍ତା,
ସାଗର ଢେଉର ଦିବ୍ୟ ଶୁଭ୍ରନ୍ତିକା
ସାଗରଂଗ ବିଭୀଷିକା ॥



ସାଗର ଜଳର ଅଂକୁରା ଅଂଗିକା
ସାଗରାଂକ ନୀଳନୀଭା,
ସାଗରେ ସାଗର ଦ୍ୱୀପ ଦ୍ୱୀପାନ୍ୱୀତା
ସାଗର କନ୍ୟା ନୀଳାଭା ॥

ସାଗର ସିକ୍ତିନୀ ସାଗର ମସ୍ତିନୀ
ସାଗରେ ସାଗର ରମା,
ସାଗର ବଳୟେ ସାଗର ତପସ୍ୱୀ
ସାଗରିଣୀ ଅନୁପମା ॥



ସାଗର ଗରଭ କୁଂକୁମ କୁମାରୀ
ସାଗର ଅବ୍ୟକ୍ତା ମଣି,
ସାଗର ରୂପାଂକ୍ଷୀ ସାଗରେ ଦୀପାଂକ୍ଷୀ
ସାଗରାଂକ୍ଷୀ ସାରାମଣୀ ॥

ସାଗର ସମ୍ଭୁତା ସାଗର ଜୀମୁତା
ସାଗରମୁକ୍ତା ସ୍ୱରୂପା,
ସାଗର ସୋପାନେ ସାଗର ବିଲ୍ୱନେ
ସାଗର ଶାଲ୍ୱ ରସିକା ॥



ସାଗର ସାନ୍ନିଧ୍ୟେ ସାଗର ଶାଶ୍ୱଧ୍ୟେ
ସାଗର ଚିତ୍ତ ମାନସୀ,
ସାଗର ଢେଉର ଦୋଳନ ପଲଂକେ
ସାଗରାମ୍ବୁ ମଦାଳସୀ ॥




ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ