ବ୍ରାହ୍ମଣକୁଶଡିହ, ବାଲୁଗାଁ, ଖୋରଧା
ମୁଁ ଯଦି ହୁଅନ୍ତି ଟିକି ଚଢେଇ
ଦୂର ଆକାଶେ ଉଡି ବୁଲନ୍ତି ଡେଣା ହଲେଇ ।।
ମୁକ୍ତ କଣ୍ଠେ ଗାଉଥାନ୍ତି ଅହିଂସା ମନ୍ତ୍ର
ଦୁନିଆ ଆଖିରେ ମୁଁ ଯେ ସ୍ବାଧୀନ ପୁତ୍ର ।।
ଦୂର ପାହାଡ଼ ଭସା ବାଦଲ ଛୁଇଁ ଛୁଇଁକା
ଉଛୁଳା ନଈ ପଠାରେ ଉଡି ବୁଲନ୍ତି ଏକା ।।
ଗଛ ଡାଳରେ ସଞ୍ଜ ବେଳରେ ବିଶ୍ରାମ ନେଇ
ସିନ୍ଦୁରା ଫାଟିଲେ ଫଳ ବଗିଚା ବୁଲନ୍ତି ଯାଇ ।।
ଉଡ଼ି ଉଡ଼ି ଯୋଗାଉଥାନ୍ତି ମୁଁ ଶାନ୍ତିର ବାର୍ତ୍ତା
ମୋ ଦେଶ କୀର୍ତ୍ତି ଗୌରବ ଭାଇଚାରା ବ୍ୟବସ୍ଥା ।।
ସର୍ଵଧର୍ମ ସମନ୍ୱୟ ମୋ ଭାରତ ରାଷ୍ଟ୍ର
ଆମ ସାହିତ୍ୟ, କଳା ସ୍ଥାପତ୍ୟ ପୃଥିବୀରେ ଶ୍ରେଷ୍ଠ ।।
