ସୀତେ - ବରଦା ପ୍ରସାଦ ରଥ

0
ବରଦା ପ୍ରସାଦ ରଥ
ରାୟଗଡା, ଓଡିଶା

ଆସିଥିଲି ତୁମ ପାଇଁ
ମର୍ଯ୍ୟାଦା ପୁରୁଷୋତ୍ତମ ହୋଇ
ହୃଦୟରେ ଗ୍ରହଣ କରିଥିଲି
ତୁମକୁ ଦେଇ ପୁଷ୍ପମାଲ୍ୟ, ସ୍ବୟମ୍ବର ସଭାରେ
ବଢେଇ ଦେଇଥିଲ ହାତ
ଦେଇଥିଲ ଚେନାଏ ହସ ଓ ସ୍ପର୍ଶ
କେହି ଦିନେ କେବେ ଚେଷ୍ଟା କରିନାହିଁ
ବୁଝିବାକୁ ତୁମ ହୃଦୟର ଭାଷା
ମୋର ରାଜା ହେବାର ଦୁର୍ଭାଗ୍ୟ
ମନ୍ଥରା ବଚନରେ.....
ସବୁ ଓଲଟପାଲଟ... ବନବାସ
ତୁମର ଯେପରି ଥିଲା ଆକସ୍ମିକ ଆଗମନ,
ସେମିତି ହେଲା ପ୍ରସ୍ଥାନ
ବିନା ଦୋଷେ ପାତାଳ ଗମନ
ଯେଉଁଠୁ ଆସିଥିଲ,ପୁଣି ଚାଲିଗଲ
ବୁଝିବାକୁ ଟିକେ ଚେଷ୍ଟା କଲନାହିଁ
ତୁମ ବିନା ଆଜି ହୋଇଛି ଶ୍ରୀହିନ
ପୁରୁଷୋତ୍ତମ ଶ୍ରୀରାମ
ସହିପାରେନି ବିଛେଦର କଷ୍ଟ
ଜୀବନ ଯନ୍ତ୍ରଣା
ଭାବୁଛି ସରଜୂ ନଦୀରେ ଦେବି
ପ୍ରାଣ ବିସର୍ଜନ
ଅନ୍ତ ହେବ ଅପେକ୍ଷାର........

Post a Comment

0Comments
Post a Comment (0)