ବିଦେଶେ କିନ୍ତୁ ଆଦର,
ମଦଟା ଆମର ଫେଶନ ବନିଛି
ନାରୀ ହଉ ଅବା ନର....
ପରମ୍ପରା ସବୁ ଅଲୋଡା ଅତୀତ
ଇତିହାସ ହେଲା ମିଛ
ସ୍ବାଧୀନ ଦେଶର ନାଗରିକ ଆମେ
ଗୀତା ଛୁଇଁ କରୁ ପାପ.....
ଶୁଖୁଆ ଛାଡିକି ଖାଇଲୁଣି ଆମେ
ହୋଟେଲର ଡ୍ରାଏଫିସ୍
ପଖାଳଟା ହେଲା ଗରିବର ଖାଦ୍ୟ
ଟେଷ୍ଟି ଏବେ ୱେଟରାଇସ୍
କାଶିବା,ଛିଙ୍କିବା ,ଉଠିବା ,ବସିବା
ସବୁଥିରେ ଇଂଙ୍ଗିଲିସ୍
ହଜମ ହଉନି ଓଡ଼ିଆଟା ଏବେ
ପେଟରେ ହେଲାଣି ଗ୍ୟାସ୍....ସନ୍ତୋଷ ପଟ୍ଟନାୟକ, ତିରିଡା, ବେଗୁନିଆପଡା, ଗଞ୍ଜାମ
