ମାତୃ ଭାଷାର ସ୍ୱର - ପବିତ୍ର କୁମାର ନାୟକ

0
ଭାଷା ପରିଧି ର ସୀମା ଡେଇଁ ଚାଲ
ପହଞ୍ଚାଇ ଦେବା ସୁଦୂରେ
ଆସ ଭାଇ ମୋର ଆସ ସହୋଦର
କାହିଁକି ବସିଛ ଅଧୀରେ !!

ଉଠାଅ କଲମ ଲେଖିଦିଅ ଥରେ
ଭୁଲି ଯାଅନାହିଁ ଅତୀତ
ଜନନୀ ଜଠରୁ ଜନମିଲା ପରେ
ପିଇ ଥିଲ ଯେଉଁ ଅମୃତ !!


ବୁଡି ଯାଅ ବନ୍ଧୁ ଶବ୍ଦ ପାରାବାରେ
ହଜି ଯାଅ ତା'ର କୋଳେ
ଉପମା ଊର୍ମିରେ ଛନ୍ଦିହୋଇ ତୁମେ
ଲୋଟୁ ଥାଅ ତା'ର କୂଳେ !!

ମାଡ଼ି ଆସୁଅଛି ସମସ୍ୟାର ସୁଅ
କାହିଁକି ସାଜିଛ ସୁପ୍ତ
ହୋଇ ଏକତ୍ରିତ ଉଠେଇବା ସ୍ୱର
ଯୋଜନା କରିବା ଲୁପ୍ତ !!






ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ

Post a Comment

0Comments
Post a Comment (0)