ଧୁଳି ଧରଣୀର ସରଗପୁରୀ - ତପନ ଦୀକ୍ଷିତ

0
ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
ଦୂରଭାଷ : ୯୫୩୭୪୦୦୭୪୪

ଆହାଃ! କି ସୁନ୍ଦର ଗାଁ ମାଟି ମୋର
ସତେ ଅବା ପଲ୍ଲୀବାଳା
ପଣତେ ତାହାର ନାନାଜାତି ଫୁଲ
ରଙ୍ଗ ବେରଙ୍ଗର ମେଳା,
ସରୋବର ଜଳେ ହଂସ ତା ଖେଳେ
ହସିଲୋଟେ ନୀଳକଇଁ
ବଧୂଏ ଫେରନ୍ତି ଗାଧୁଆ ସାରି ତା'
ତୁଠରୁ କଳସୀ ନେଇ,
ଆମ୍ବ ବଉଳର ମହକ ଖେଳଇ
କୋଇଲିର କୁହୁତାନ
ନଈପଠା ଦେହେ କାଶତଣ୍ଡୀ ହସେ
ଗୋପାଳ ମୁରଲୀ ସ୍ଵନ,
ସଞ୍ଜ ନଇଁଲେ ଜହ୍ନ ଛୁଏଁ ଯେବେ
କୁଆଁରୀ ରୂପକୁ ତାର
ମନେ ହୁଏ ସତେ ! ଧୂଳିଧରଣୀର
ସରଗପୁରୀ ଏ ମୋର.... ।।

Post a Comment

0Comments
Post a Comment (0)