ଚିନ୍ମୟ କୁମାର ବେବର୍ତ୍ତାସମ୍ପାଦକ, ଲୋହରାଖଣ୍ଡି ସାହିତ୍ୟ ସଂସଦ
ଆର.ସି.ରୋଡ, ଭଞ୍ଜନଗର, ଗଞ୍ଜାମ
ଦୂରଭାଷ : ୯୪୩୭୦୪୬୦୫୭
ଏଠି ସମସ୍ତେ
ନିଶାଗ୍ରସ୍ତ ।
କିଏ ମଦର ନିଶାରେ
ମତୁଆଲା ତ
କିଏ ପ୍ରେମ, ଦେହ, ଯୌତୁକ
ନିଶାରେ ପାଗଳ
ପୁଣି କିଏ ଖାଇବାର, ପାଇବାର
ସାଇତିବାର ନିଶାରେ
ଜୀବନ ବିତାଇ ଦେଇଛି ତ
କିଏ ବଞ୍ଚିବାର ନିଶାରେ
ଯୁଦ୍ଧ କରି ଚାଲିଛି ।
ମୁଁ ବି ନିଶାରେ ବଞ୍ଚିଛି
ଆଉ ନିଶାର ସାମ୍ରାଜ୍ୟରେ
ସମ୍ରାଟର ଅଭିନୟ କରୁଛି ।
