ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରାଶିକ୍ଷୟତ୍ରୀ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ମଳାସପଦର, ଜିଲୁଣ୍ଡି, ଗଞ୍ଜାମ
ଦୂରଭାଷ : ୮୮୯୫୭୪୪୩୭୨
ଭଲ କାମଟିଏ କରୁଥିବ ଯେବେ
ଚାହିଁବନି କେବେ ପଛକୁ
ବାଟ ଚାଲୁ ଚାଲୁ ସଂସାର ପଥରେ
ଶୁଣିବନି ପର ନିନ୍ଦାକୁ ॥
ସବୁ କାମ ପାଇଁ କଥାଟିଏ ଥାଏ
ବିଧି ତ ଲେଖିଛି ତାହା
ତ୍ୟାଗ ଠାରୁ ସେବା ଆହୁରି ବଡ ଯେ
ଜୀବନେ ଦେଖାଏ ରାହା ॥
ଆଶା ନିରାଶାର ଲୁଚକାଳି ଖେଳ
ଜୀବନେ ସଦାତ ଚାଲିଛି
ଭଲକାମ କଲେ ଏ ସମାଜ ପାଇଁ
ପ୍ରଶଂସା ତ ସଦା ମିଳିଛି ॥
