ବଣମଲ୍ଲୀ

0
ଡାକ୍ତର ଅନ୍ତର୍ଯ୍ୟାମୀ ତ୍ରିପାଠୀ
ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ତରାବୋଇ, ଖୋରଧା

ନା ଶୋଭିଲି
ଠାକୁର ମଥାରେ
ନା ତୁମ ଗଭାରେ...

ବାସରେ ମୋହିତ ହେବାକୁ
ନଥିଲେ ତ କେହି,
କେହିବି ନଥିଲେ
ଦେଖିବାକୁ ମନଭରି...

ପ୍ରସ୍ଫୁଟିତ ହେବାର ସପନ
ଭାଙ୍ଗେ ନିତି ହତାଦରେ...
ଜୀବନଟା ବନ୍ଧା କ'ଣ
ଆଶା ନିରାଶାରେ ??

ମୁକୁରିବାଠୁ ମଉଳିବା ଯାଏଁ
ପଚାରି ଚାଲିଛି
ମୋ ଏକାନ୍ତ ନିର୍ଜନତାକୁ
ଏମିତି ଜିଇଁବାର
କିଛି ମାନେ ଅଛିକି ବନ୍ଧୁ ??

ପ୍ରତିଧ୍ଵନୀ ହୋଇ ଉତ୍ତର
ଫେରେ ଦୂର ପାହାଡରୁ... ହଁ !!
ଆଉ ସେ ଉତ୍ତର ବୁଝିବା ଆଗରୁ
ଝଡି ସାରିଥିବି ମୁଁ ॥

Post a Comment

0Comments
Post a Comment (0)