ସୁରେଶ କୁମାର ଗୌଡା
ଦିଗପହଣ୍ଡି, ଗଞ୍ଜାମ
ବିନିର୍ବାର ହେଲ ଜୀବନୁ ମୋହର
ବାଧା ଲାଗେ ନିରନ୍ତର
ବ୍ୟୋମ ଶୂନ୍ୟତାରେ ଯେଉଁପରି ତମ
ବଳକ୍ଷର କଳାକାର ॥
ବିରହ ବହ୍ନିରେ ଦଗ୍ଧିଭୂତ ବର୍ଷ୍ନ
ବିଶାଖା ବିଚ୍ଛେଦ ହୋଇ
ବାରିଦ ବିହୁନେ ଯେଉଁପରି କେକୀ
ବସେ ମ୍ରିୟମାଣ ହୋଇ ॥
ବିହାୟସ ପ୍ରାତେଃ ଘନ ବାରିଧାରା
ବିକର୍ତ୍ତନ ଯାଏ ଲୁଚି
ବନଜର ପ୍ରେମ ମଉଳି ଯାଇଣ
ବ୍ୟତିକ୍ରମ ଦିଶୁଅଛି ॥
ବଳକର ନୃପ ନିଷ୍ଠୁର ସ୍ୱରୂପ
ବୋଧେ ତୋତେ ନେଲା ପରେ
ବଳି ମୋ’ର ଠାରୁ ସୁଖ ପାଇପାରୁ
ବାହୁତଳ ମହଲରେ ॥
ବିରବ କଣ୍ଠରେ ଦୃଢ ପ୍ରତିଶୃତି
ବିଦ୍ୟରମ୍ୟ କରିଥିଲୁ
ବ୍ୟୋମଚାରୀ ଖଗ ଉଡିଗଲା ପରି
ବିବେକହୀନେ ଚାଲିଗଲୁ ॥
